Sunday, October 11, 2026
Home ଆଞ୍ଚଳିକ ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହା ହେଲେ ରୋଗୀ

ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହା ହେଲେ ରୋଗୀ

8

ପୁରୀ,୨୫/୦୬/୨୧ (ଜିଲ୍ଲା ଖବର)  : ଗାଁକୁ ନାହିଁ ରାସ୍ତା। ଖଟିଆରେ ବୁହା ହେଲେ ରୋଗୀ । କୌଣସି ଉପାନ୍ତ ନୁହେଁ, ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରପଡା ପଞ୍ଚାୟତର ଉଲୁକୁଦା ଗାଁରୁ ଆସିଲା ଅଭାବନୀୟ ଦୃଶ୍ୟ । ଅଦିନିଆ ବର୍ଷାରେ ଗାଁ ରାସ୍ତାରେ ଜମିଲା ଆଣ୍ଠୁଏ ଆଣ୍ଠୁଏ ପାଣି ।

 ଶେଷରେ ରୋଗୀଙ୍କୁ ଟୋକେଇରେ ବୋହିନେଲେ ଗ୍ରାମବାସୀ । ବର୍ଷ ପରେ ବର୍ଷ ବିତୁଛି କିନ୍ତୁ ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରୁନି । ବ୍ଳକ ଅଫିସର ଠାରୁ ମାତ୍ର ୭କିଲୋମିଟର ଦୂରରେ ରହିଛି ଏହି ପଞ୍ଚାୟତ । କିନ୍ତୁ ବିକାଶ ଅପହଞ୍ଚ। ଗାଁ ସମସ୍ୟା ନେଇ ବିଡିଓଙ୍କୁ ଅବଗତ କରାଯାଇଥିଲା । ତେବେ ଖୁବ ଶୀଘ୍ର ଗାଁକୁ ରାସ୍ତା ନିର୍ମାଣ ହେବ କହିଛନ୍ତି ବିଡିଓ ।