Tuesday, October 13, 2026
Home ଅପରାଧ 5 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

5 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

19

ଭଦ୍ରକ,୨୫/୦୬/୨୧ (ଜିଲ୍ଲା ଖବର) :  ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବ୍ରାଉନ ସୁଗାର କାରବାର । ଆଜି ଭଦ୍ରକ ଏସପିଙ୍କ ନିର୍ଦେଶକ୍ରମେ ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ଏକ ଟିମ୍ 16 ନଂ ଜାତୀୟ ରାଜପଥ ଚରମ୍ପା ଦେଇ ଯାଇଥିବା ଧାମରା ରେଲୱେ ଓଭର ବ୍ରିଜ ନିକଟରୁ ଜଣେ ଯୁବକଙ୍କୁ କାବୁ କରିଛି ।

ଯୁବକ ଜଣକ ବାଇକରେ ବ୍ରାଉନସୁଗାର ନେଇ ଯାଉଥିଲେ । ତେବେ ଗ୍ରାମାଞ୍ଚଳ ପୋଲିସ ଚେକିଂ ବେଳେ ତାଙ୍କ ନିକଟରୁ ୫୧୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।  ଯୁବକ ଜଣକ ହେଉଛନ୍ତି ଚରମ୍ପାର ଏସ ଏକ ରାବିବୁଲ । ପୂର୍ବରୁ ତାଙ୍କ ନାଁରେ ଏକାଧିକ ମାମଲା ରହିଛି ।