Wednesday, November 11, 2026
Home ଆଞ୍ଚଳିକ ‘ଛାତ୍ରଛାତ୍ରୀ ପରୀକ୍ଷା କେମିତି ଦେବେ ସେ କଥା ଅଧ୍ୟାପକ/ଅଧ୍ୟାପିକା ବୁଝିବେ’

‘ଛାତ୍ରଛାତ୍ରୀ ପରୀକ୍ଷା କେମିତି ଦେବେ ସେ କଥା ଅଧ୍ୟାପକ/ଅଧ୍ୟାପିକା ବୁଝିବେ’

8

ଭୁବନେଶ୍ୱର, ୨୫/୦୬/୨୧ (ଜିଲ୍ଲା ଖବର) :  ୟୁଜି/ପିଜି ପରୀକ୍ଷା ନେଇ ସବୁ କଲେଜ ଅଧ୍ୟକ୍ଷଙ୍କ ବୈଠକ ହୋଇଛି । ବୈଠକ ପରେ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି, ପିଲାମାନେ କିଭଳି ପରୀକ୍ଷା ଦେବେ ସେଥିପାଇଁ ଶିକ୍ଷକଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି ।

ଅନ୍‌ଲାଇନ ପରୀକ୍ଷା କିପରି ଶୃଙ୍ଖଳିତ ଭାବେ ହେବ ସେନେଇ ପଦକ୍ଷେପ ନେବାକୁ କୁହାଯାଇଛି । ଲାଗୁ ହେବ ମେଣ୍ଟରିଂ ସିଷ୍ଟମ । ଜଣେ ଟିଚର 8ଜଣ ପିଲାଙ୍କ ଦାୟିତ୍ବରେ ରହିବେ । ସେମାନେ କିପରି ପରୀକ୍ଷା ଦେବେ ମେଣ୍ଟର ବୁଝିବେ ।

ଅନ୍‌ଲାଇନ ପରୀକ୍ଷା କିପରି ଠିକ୍ ଭାବେ ହେବ ସେନେଇ ବୁଝିବେ । ଆଜିଠାରୁ ଶିକ୍ଷକଙ୍କୁ ଏହି ଦାୟିତ୍ବ ଦିଆଯାଇଥିବା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଜୁଲାଇ ଓ ଅଗଷ୍ଟରେ ୟୁଜି, ପିଜି ପରୀକ୍ଷା କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା ।

କରୋନା ମହାମାରୀ ଯୋଗୁଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନଲାଇନ ପାଠପଢ଼ା ଚାଲିଛି । ଜୁନ ସୁଦ୍ଧା ସମସ୍ତ କୋର୍ସ ଶେଷ ହୋଇଯିବ । ତେବେ ଚଳିତବର୍ଷ ଅନଲାଇନରେ ପରୀକ୍ଷା ହେବାକୁ ଥିବାବେଳେ ଛାତ୍ରଛାତ୍ରୀମାନେ ଦ୍ବନ୍ଦରେ ଥିଲେ । ଉପାନ୍ତ ଅଂଚଳରେ ମୋବାଇଲ ନେଟୱାର୍କ ନଥିବାବେଳେ ସମସ୍ତଙ୍କ ପାଖରେ ମୋବାଇଲ ନଥିବାରୁ କିଭଳି ଅନଲାଇନ ପରୀକ୍ଷା ପିଲାମାନେ ଦେଇପାରିବେ ସେନେଇ ଆଜି ଆଲୋଚନା ହୋଇଛି ।