Thursday, November 12, 2026
Home ଆଞ୍ଚଳିକ ଡଃ ନିଶାକର ପାଢ଼ୀଙ୍କ ଏକ ଦଶାହ ଅବସରରେ ନାୟକ ଭବନରେ ଶ୍ରଦ୍ଧାଞ୍ଜଳି ସଭା

ଡଃ ନିଶାକର ପାଢ଼ୀଙ୍କ ଏକ ଦଶାହ ଅବସରରେ ନାୟକ ଭବନରେ ଶ୍ରଦ୍ଧାଞ୍ଜଳି ସଭା

107

ଭଞ୍ଜନଗର, ୨୫/୦୬/୨୧ (ଜିଲ୍ଲା ଖବର) : ସ୍ଥାନୀୟ ନାୟକ ଭବନରେ ଆଜି ଅପରାହ୍ନ ରେ ଘୁମୁସର ସାହିତ୍ୟ ସଂସଦ ଓ ପ୍ରତୀକ ସାହିତ୍ୟସଂସଦ ମିଳିତ ଆନୁକୂଲ୍ୟରେ ଡକ୍ଟର ପାଢ଼ୀଙ୍କର ମୃତ୍ୟୁ ର ଏକ ଦଶାହ ଅବସରରେ ଏକ ଶୋକ ସଭା ଆଡ଼ଭୋକେଟ ରବୀନ୍ଦ୍ର ଦାସ ଙ୍କ ସଭାପତି ତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ପାଢ଼ୀ ଭଞ୍ଜନଗର କବିସମ୍ରାଟ ମହାବିଦ୍ୟାଳୟ ରେ ଦୀର୍ଘ 23ବର୍ଷ କାଳ ଏକାଦିକ୍ରମେ ଓଡ଼ିଆ ବିଭାଗରେ ଅଧ୍ୟାପନା କରି ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଛାତ୍ର ମାନଙ୍କ ଭିତରେ ଯେଉଁ ଅନୁରାଗ ସୃଷ୍ଟି କରି ଯାଇଛନ୍ତି ତାହା ଘୁମୁସର ବାସୀ କେବେ ଭୁଲିପାରିବେନାହିଁ।

ତାଙ୍କ ସମ୍ପାଦନା ରେ ପ୍ରକାଶ ପାଉଥିବା ବହିତ୍ର ପତ୍ରିକା ଓଡିଶା ସାହିତ୍ୟ ଜଗତରେ ମାଇଲ ଖୁଣ୍ଟି ହୋଇ ରହିଛି ରହିଥିବ ବୋଲି ବକ୍ତା ମାନେ ମତ ପ୍ରକାଶ କରି ଥିଲେ। ଡକ୍ଟର କମ୍ବୁପାଣି ସାମନ୍ତ ନିଜକୁ ଡକ୍ଟର ପାଢ଼ୀ ଙ୍କ ପ୍ରଥମ ପ୍ରିୟ ଛାତ୍ର ବୋଲି ପ୍ରକାଶ କରି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ବୋଲି କହିଥିଲେ। ଅନ୍ୟ ମାନେ ମୁକ୍ତ କଣ୍ଠରେ କହି ଥିଲେ ପାଢ଼ୀ ସାରଙ୍କ ଆଖି ଯେଉଁ ଛାତ୍ରର ଆଖି ସହିତ ମିଳିଛି ଓ ତାଙ୍କ ହାତ ଯାହା ପିଠିରେ ପଡିଛି ସେ ଆଜି କଲମ ଧରି ସାହିତ୍ୟ ଜଗତକୁ ଓଲ୍ହାଇଛି କିମ୍ବା ଓଡ଼ିଆ ଭାଷା ସାହିତ୍ୟ କୁ ଅନ୍ତର ଦେଇ ଭଲ ପାଇଛି।

ଅନ୍ୟ ମାନଙ୍କ ଭିତରେ ଆବାହକ ନୋଟାରୀ ସୋମନାଥ ନାୟକ, ଅଧ୍ୟାପକ ପ୍ରଦୀପ ସ୍ୱାଇଁ, ରବୀନ୍ଦ୍ର ଆଚାର୍ଯ୍ୟ, କୁମାର କାର୍ତ୍ତିକ ପ୍ରଧାନ, କବି ବିମ୍ବାଧର ଷଡ଼ଙ୍ଗୀ, ଅଧ୍ୟାପିକା ସୁଜାତା ସିଂ, ଡାକ୍ତର ଗାୟତ୍ରୀ ସାହୁ, ପ୍ରଦୀପ୍ତ ଚନ୍ଦ୍ର ସିଂହ ଦେଓ, ପୂର୍ଣ୍ଣ ଚନ୍ଦ୍ର ପଟନାୟକ, ବିପିନ କୁମାର ବେହେରା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ନିରଞ୍ଜନ ସ୍ୱାଇଁ, ସୁଧୀର କୁମାର ଗୌଡ଼, ଜଗନ୍ନାଥ ତ୍ରିପାଠୀ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶେଷରେ ବାଳକୃଷ୍ଣ ପଟନାୟକ ସମସ୍ତଙ୍କୁ କୃତଙଜ୍ଞତା ଜଣାଇ ଥିଲେ |

ଭଞ୍ଜନଗର, ଗଞ୍ଜାମ. ରିପୋର୍ଟର -ବବି ରଥ