
ନୂଆଦିଲ୍ଲୀ, ୨୫/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା Satish Shah ସବୁବେଳେ ନିଜ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ତାଙ୍କର ପୁରା ନାଁ ହେଉଛି, ସତିଶ ରବିଲାଲ ଶାହ । ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସତିଶଙ୍କର ଆଜି ହେଉଛି ଜନ୍ମଦିନ । ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ୨୫ ଜୁନ ୧୯୫୧ରେ ମାଣ୍ଡବିରେ ସେ ଜନ୍ମଗ୍ରହଣ କରିଥିଲେ । ଗୁଜୁରାଟରୁ ବାହାରି ସେ ସିନେମା ଦୁନିଆଁରେ ନିଜର ଏକ ଖାସ୍ ପରିଚୟ ସୃଷ୍ଟି କରିଛନ୍ତି । ୧୯୭୦ରେ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ହିନ୍ଦୀ ଫିଲ୍ମ ବ୍ୟତୀତ ସେ କିଛି ମରାଠୀ ଫିଲ୍ମ ଏବଂ ଧାରାବାହିକରେ ମଧ୍ୟ କାମ କରିଛନ୍ତି ।
୧୯୮୦ରେ ଦୂରଦର୍ଶନରେ ଆସିଥିବା ଧାରାବାହିକ ‘ୟା ଯୋ ଜିନ୍ଦେଗି’ ମାଧ୍ୟମରେ ସେ ବେଶ ଲୋକପ୍ରିୟ ହୋଇଥିଲେ । ଛୋଟ ପରଦାରୁ ଆରମ୍ଭ କରି ବଡ ପରଦା ଯାଏଁ , ସବୁଠି ସେ ନିଜର ଜଲଓ୍ବା ଦେଖାଇଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।


