
ନୂଆଦିଲ୍ଲୀ,୨୫/୦୬/୨୧ (ଜିଲ୍ଲା ଖବର) : ସୋସିଆଲ ମିଡିଆରେ ବେଶ ଆକ୍ଟିଭ ହରିୟାଣାର ନୃତ୍ୟଶିଳ୍ପୀ ତଥା ଗାୟିକା ସପ୍ନା ଚୌଧୁରୀ । ସବୁବେଳେ ସେ ତାଙ୍କର ଡାନ୍ସ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ତାଙ୍କ ନାଚର ତେଳେ ତେଳେ ନାଚି ଉଠନ୍ତି ଦର୍ଶକ । ତେବେ ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଧମାଲ ମଚାଇବାରେ ଲାଗିଛି । ଯେଉଁଥିରେ ସେ ଏକ ଲାଲ ରଙ୍ଗର ଲେହେଙ୍ଗାରେ ପ୍ରସିଦ୍ଧ ଅଭିନେତ୍ରୀ ରେଖାଙ୍କ ଗୀତ’ଇନ୍ ଆଖୋଁ କି ମସ୍ତି କେ ମସ୍ତାନେ ହଜାରୋଁ ହେ’ ରେ ଡାନ୍ସ କରୁଥିବା ଦେଖିବାକୁ ମିଳୁଛି । ଏକ ଆଇନା ଆଗରେ ଛିଡା ହୋଇ ସେ ନିଜର ଜଲଓ୍ବା ଦେଖାଇଛନ୍ତି । ଏଥିରେ ତାଙ୍କର ଅନ୍ଦାଜ ଓ ଏକ୍ସପ୍ରେସନକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ । ଏହା ସହିତ ନିଜ ନିଜର ରିଆକ୍ସନ ମଧ୍ୟ ଦେଉଛନ୍ତି । ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ, ‘ ତୁମ ପରି ଦିବାନା ହଜାର ହଜାର ଅଛନ୍ତି ‘ ।



