
ନବରଙ୍ଗପୁର,୨୫/୦୬/୨୧ (ଜିଲ୍ଲା ଖବର) : ନବରଙ୍ଗପୁରରେ ୟୁରିଆ ସାରର ଅଭାବକୁ ନେଇ ଚିନ୍ତାରେ ଚାଷୀ । ଚାଷ କାମ ଠିକ୍ ସମୟରେ ଆରମ୍ଭ ହୋଇଥିଲେ ସୁଦ୍ଧା ସାରର ଅଭାବ ଚାଷୀଙ୍କ ସମସ୍ୟାକୁ ବଢାଇଛି । ଏବେ ୟୁରିଆ ବସ୍ତାର ମୂଲ୍ୟ ୨୬୬ରୁ ୨୭୦ଟଙ୍କା ରହିଛି ।
କିନ୍ତୁ ଅସାଧୁ ବ୍ୟବସାୟୀ ଏହାର କଳାବଜାରୀ କରି ୫୦୦ ରୁ ୫୫୦ ଟଙ୍କାରେ ବିକ୍ରି କରୁଥିବା ଚାଷୀ ଅଭିଯୋଗ ଜରୁଛନ୍ତି । ପ୍ରତିବାଦରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବଂ କୃଷକ ମୋର୍ଚ୍ଚାର ସଦସ୍ୟମାନେ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ଓ କୃଷିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।



