ସୁବର୍ଣ୍ଣପୁରରେ ଧାନ ବିକ୍ରି ଅବ୍ୟବସ୍ଥା

5

ସୁବର୍ଣ୍ଣପୁର,୨୫/୦୬/୨୧ (ଜିଲ୍ଲା ଖବର) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ଧାନ ବିକ୍ରି ଅବ୍ୟବସ୍ଥା । ଏହାର ପ୍ରତିବାଦରେ ସୁବର୍ଣ୍ଣପୁର ବିନିକା ସହର ବନ୍ଦ କରିଛି କଂଗ୍ରେସ । ଲେପ୍ସ ହୋଇଥିବା ଟୋକନ ପୁନଃ କାର୍ଯ୍ୟକ୍ଷମ କରିବା, ଭାଗ ଚାଷୀଙ୍କ ଟୋକେନ୍ ତୁରନ୍ତ ଦିଆଯିବା ଆଦି ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ୨ ଦିନ ଧାରଣା ଦିଆଯାଇଥିଲା ।

ଏଥିରେ କୌଣସି ସୁଫଳ ନ ମିଳିବାରୁ ବିନିକା ସହର ବନ୍ଦ କରାଯାଇଛି। ଶହ ଶହ ଯାନବାହନ ଅଟକି ରହିଥିବା ବେଳେ ସରକାରୀ, ବେସରକାରୀ ଅଫିସକୁ ପିକେଟିଂ କରି ବନ୍ଦ କରାଯାଇଛି ।..