Monday, November 16, 2026
Home ଆଞ୍ଚଳିକ ଏକ ମହଲା ପାଇଖାନାରେ ଗୋଧି, ଦୁଇ ଦିନ ଯାଏଁ ଭୟଭୀତ ଅବସ୍ଥାରେ ପରିବାର

ଏକ ମହଲା ପାଇଖାନାରେ ଗୋଧି, ଦୁଇ ଦିନ ଯାଏଁ ଭୟଭୀତ ଅବସ୍ଥାରେ ପରିବାର

6

ଭୁବନେଶ୍ବର , ୨୫/୦୬/୨୧ (ଜିଲ୍ଲା ଖବର) : ଏକ ମହଲା ପାଇଖାନାରେ ଗୋଧି । ଦୁଇ ଦିନ ଯାଏଁ ଭୟଭୀତ ଅବସ୍ଥାରେ ପରିବାର । ଏଭଳି ଅଭାବନୀୟ ଘଟଣା ଘଟିଛି   ପୁରୁଣା ଭୁବନେଶ୍ବର ଲିଙ୍ଗରାଜ ହାଟ ପଛପଟେ ଅଞ୍ଚଳରେ।  ଏଠାରେ ଭଡ଼ାରେ ରହୁଥିବା ପବିତ୍ର ବେହେରାଙ୍କ ଘରେ ଗତକାଲି ଏକ ବିରାଟ ଗୋଧି ପାଇଖାନା ପ୍ୟାନ୍ ଭିତରେ ପଶି ଯାଇଥିଲା।  ଵ୍ଲିଚିଂ ପାଉଡର ପକେଇ ପାଣି ଢାଳିବା ପରେ ବି ମନରୁ ଭୟ ଗଲା ନାହିଁ ।

ଆଜି ମଧ୍ୟ ସମାନ ଅବସ୍ଥା ହେଲା । କବାଟ ଫାଙ୍କରେ ଭିଡିଓ କରି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ପାଖକୁ ପଠେଇ ଗୋଧିକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ ପବିତ୍ର। ଶୁଭେନ୍ଦୁ ଘଟଣାସ୍ଥଳରେ ପହଞ୍ଚି ଏକ ରସିରେ ଗୋଧିର ଲାଞ୍ଜକୁ ବାନ୍ଧି ଦେଇଥିଲେ। ରସି ସେମିତି ଥିବା ଅବସ୍ଥାରେ ପାଇପରେ ବାନ୍ଧି ଦେଇ କିଛି ସମୟ ଅପେକ୍ଷା କରିବାକୁ ପରାମର୍ଶ ଦେଇ ଫେରି ଯାଇଥିଲେ ଶୁଭେନ୍ଦୁ । 4 ଘଣ୍ଟା ପରେ ପୁଣି ଶବ୍ଦ ଶୁଣି ଶୁଭେନ୍ଦୁଙ୍କୁ ଖବର ଦିଆଯାଇଥିଲା।