
୨୫/୦୬/୨୧ (ଜିଲ୍ଲା ଖବର) : ଆଜିର ଦିନରେ 1975ରେ ଦେଶରେ ଲାଗୁ ହୋଇଥିଲା ଏମର୍ଜେନ୍ସି । ଟ୍ୱିଟ୍ କରି ଆଜିର ଦିନକୁ ଲୋକତନ୍ତ୍ର ପାଇଁ କଳା ଦିନ କହିଛନ୍ତି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ।
ମୋଦି କହିଛନ୍ତି, କଂଗ୍ରେସ ନିଜ ସ୍ୱାର୍ଥ ପାଇଁ ଦେଶର ଲୋକତନ୍ତ୍ରକୁ ବିପଦରେ ପକାଇଥିଲା । ସେପଟେ 1975 ରେ 21 ମାସ ପର୍ଯ୍ୟନ୍ତ ଅନ୍ୟାୟ ବିରୋଧରେ ଲଢିଥିବା ଦେଶବାସୀଙ୍କ ବଳିଦାନକୁ ମନେପକାଇଛନ୍ତି ଶାହ ।
ଭାରତୀୟ ଗଣତନ୍ତ୍ରର ସବୁଠୁ କଳା ଦିନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ଜରୁରୀକାଳିନ ପରିସ୍ଥିତି’ କୁ ଏହା ଭିତରେ 46 ବର୍ଷ ପୂରିଛି । ଏହି ଦିନ କଂଗ୍ରେସ ନିଜର ରାଜନୈତିକ ସ୍ୱାର୍ଥ ସାଧନ ଲାଗି ଦେଶର ଗଣତନ୍ତ୍ରକୁ ହତ୍ୟା କରିବାକୁ ପଛାଇ ନଥିଲା ।


