Wednesday, November 11, 2026
Home ଆଞ୍ଚଳିକ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଇଡିର ରେଡ୍‌

ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଇଡିର ରେଡ୍‌

6

ନୂଆଦିଲ୍ଲୀ, ୨୫/୦୬/୨୧ (ଜିଲ୍ଲା ଖବର) : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଇଡିର ରେଡ୍‌।  ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟ  ଶୁକ୍ରବାର ଦିନ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଚଢାଉ କରିଛି। ନାଗପୁରରେ ଥିବା ଅନିଲ ଦେଶମୁଖଙ୍କ ଘରେ ଇଡି ର ରେଡ।  

ଏଠି କହିରଖୁଛୁ  ଯେ ପରମ୍ବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ ଏବଂ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ସମ୍ପର୍କରେ କିଛି ଗୁରୁତର ଅଭିଯୋଗ ଆଣିଥିଲେ। ଏହା ବ୍ୟତୀତ ପରମ୍ବିର ସିଂ ବମ୍ବେ ହାଇକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରିଥିଲେ ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ୍‌ବିର  ସିଂଙ୍କ ତରଫରୁ କରାଯାଇଥିବା  ଅଭିଯୋଗ ପରେ ଅନିଲ ଦେଶମୁଖଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଥିଲା, ଯେଉଁଥିପାଇଁ ଇଡି ତାଙ୍କୁ ଲଗାତାର ପଚରାଉଚରା କରୁଛି।