
୨୫/୦୬/୨୧ (ଜିଲ୍ଲା ଖବର) : ସବୁଜ ପନିପରିବା ସ୍ବାସ୍ଥ୍ୟ ପାଇଁ ହିତକର । ଆସନ୍ତୁ ଏମିତି ଏକ ପରିବା ବିଷୟରେ ଜାଣିବା, ଯାହା ଖାଇବା ଦ୍ବାରା,ତାହା ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ପ୍ରାୟତଃ ଅନେକଙ୍କ ବାଡି, ବଗିଚାରେ କୁନ୍ଦୁରୀ ଫଳିଥିବା ଦେଖିବାକୁ ମିଳେ । ଏହା ବ୍ୟତୀତ କୁନ୍ଦୁରୀ ବଜାରରେ ମଧ୍ୟ ସବୁ ସମୟରେ ଉପଲବ୍ଧ ହୋଇଥାଏ । ହୁଏତ ଏକଥା ସମସ୍ତଙ୍କୁ ଜଣାନଥିବ ଯେ, କୁନ୍ଦୁରୀରେ ଅନେକ ସ୍ବାସ୍ଥ୍ୟଲାଭ ଗୁଣ ଭରି ରହିଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
କୁନ୍ଦୁରୀରେ ଭିଟାମିନ,ମିନେରାଲ, କ୍ୟାଲସିୟମ,ଫାଇବର ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ । ଏହା ସହିତ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ମଧ୍ୟ ରହିଥାଏ ।
-କୁନ୍ଦୁରୀରେ ଫାଇବରର ମାତ୍ରା ଭରପୁର ରହିଥାଏ । ଓଜନ ହ୍ରାସ କରିବାରେ ସାହାଯ୍ୟ କରେ କୁନ୍ଦୁରୀ । ଏହାକୁ ପ୍ରତିଦିନ ସେବନ କରିବା ଦ୍ବାରା, ଓଜନ ହ୍ରାସ ହୁଏ । ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ଏଥିପାଇଁ ପ୍ରତିଦିନ କୁନ୍ଦୁରୀରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ଖାଇ ପାରିବେ ।


