
ଭୁବନେଶ୍ୱର, ୨୫/୦୬/୨୧ (ଜିଲ୍ଲା ଖବର) : ଆକାଶ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ପଞ୍ଚମ ମାମଲାରେ ହାଇକୋର୍ଟଙ୍କ ଜାମିନ ପ୍ରଦାନ । ଜାମିନ ପ୍ରଦାନ କଲେ ଜଷ୍ଟିସ୍ ଦେବବ୍ରତ ଦାଶ ।
ଭିଜିଲାନ୍ସ, ସ୍କାଏକିଙ୍ଗ, ଗୋଳନ୍ଥରାର 2ଟି ମାମଲାରେ ମିଳିଛି ଜାମିନ । ଆଜି ବୈଦ୍ୟନାଥପୁର ମାମଲାରେ ମିଳିଛି ଜାମିନ । ପୂର୍ବରୁ 4ଟି ମାମଲାରେ ଜାମିନ୍ ମିଳି ସାରିଛି । ହେଲେ ଆକାଶଙ୍କ ନାଁ ରେ ଆହୁରି ଅନେକ ମାମଲାରେ ଶୁଣାଣୀ ଚାଲିଥିବାବେଳେ ମୁକିଳିବା ମୁସକିଲ ହୋଇପଡିଛି ।
ସୂଚନାଯୋଗ୍ୟ, ପୂର୍ବରୁ ଆକଶଙ୍କ ବାପା ଓ ଭାବି ଶ୍ୱଶୁର ଜାମିନ ପାଇ ମୁକୁଳି ସାରିଛନ୍ତି । ଚାକିରି ଦେବାକୁ କହି ଶତାଧିକ ଯୁବକଯୁବତୀଙ୍କଠାରୁ ଆକାଶ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା । ନିଜକୁ ଟାଟା ମୋଟର୍ସର ଏମ୍ଡି ଭାବେ ପରିଚୟ ଦେଇ ସେ ବହୁ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରିଥିବା ଅଭିଯୋଗ ରହିଛି ।


