Thursday, November 12, 2026
Home ଆଞ୍ଚଳିକ ଆଜି ଟ୍ରେନରେ ନିଜ ଜନ୍ମସ୍ଥାନକୁ ଯିବେ ରାଷ୍ଟ୍ରପତି, ବଦଳିଲା ଟାଇମିଂ

ଆଜି ଟ୍ରେନରେ ନିଜ ଜନ୍ମସ୍ଥାନକୁ ଯିବେ ରାଷ୍ଟ୍ରପତି, ବଦଳିଲା ଟାଇମିଂ

7

୨୫/୦୬/୨୧ (ଜିଲ୍ଲା ଖବର) :  ଟ୍ରେନରେ ନିଜ ଜନ୍ମସ୍ଥାନକୁ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଟ୍ରେନରେ ନିଜ ଜନ୍ମସ୍ଥାନକୁ ଯିବେ ରାମନାଥ କୋବିନ୍ଦ । ଆଜି ଦିଲ୍ଲୀରୁ ଟ୍ରେନ ମାଧ୍ୟମରେ ଉତ୍ତରପ୍ରଦେଶ କାନପୁର  ଯାତ୍ରା କରିବେ ।  ତେବେ ରାଷ୍ଟ୍ରପତିଙ୍କ ଯାତ୍ର ସମୟରେ କିଛି ପରିବର୍ତ୍ତନ ହୋଇଛି । ପୂର୍ବରୁ 1.30ରେ ଯାତ୍ରା ସମୟ ରହିଥିବାବେଳେ 12.45 ରେ ଆଗୁଆ ପ୍ରସ୍ଥାନ କରିବେ ରାଷ୍ଟ୍ରପତି ।

ତେବେ ଏନେଇ ଡ୍ୟୁଟିରେ ଥିବା ସମସ୍ତ ରେଳ କର୍ମଚାରୀଙ୍କୁ ଏନ-95 ମାସ୍କ ପିନ୍ଧିବାକୁ ନିର୍ଦେଶ ଦିଆଯାଇଛି । ଯାତ୍ର ସମୟରେ ଟ୍ରନର ଗତି ଘଣ୍ଟା ପ୍ରତି 90 ରୁ 110 କିମି ରହିବ ବୋଲି ସୂଚନା ଦିଆଯାଇଛି ।    

ପ୍ରାୟ 15 ବର୍ଷ ପରେ ଭାରତର ରାଷ୍ଟ୍ରପତି ଟ୍ରେନରେ ଯାତ୍ରା କରିବେ ।  ରାଷ୍ଟ୍ରପତି ଭବନ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ରାଷ୍ଟ୍ରପତି ହେବା ପରେ ଏହା କୋବିନ୍ଦଙ୍କ ଜନ୍ମସ୍ଥାନକୁ ପ୍ରଥମ ଗସ୍ତ । ପ୍ରଥମ ଥର ପାଇଁ ଟ୍ରେନରେ ଯାତ୍ରା କରୁଛନ୍ତି କୋବିନ୍ଦ । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, କୋବିନ୍ଦ ନିଜର ସ୍କୁଲ ଦିନର ଅନୁଭୂତି ଏବଂ ସମାଜସେବାକୁ ମନେ ପକାଇ ନିଜର ଗୃହରାଜ୍ୟକୁ ଯାତ୍ରା କରୁଛନ୍ତି । 

ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ କାନପୁର ଯିବେ । ଏହି ଟ୍ରେନଟି କାନପୁରର ଦେହାତ  ଏବଂ  ଝିଝଙ୍କ  ଦୁଇଟି ସ୍ଥାନରେ ଅଟକିବ । ଯେଉଁଠାରେ ରାଷ୍ଟ୍ରପତି ତାଙ୍କ ସ୍କୁଲ ଦିନ ଏବଂ ପ୍ରାରମ୍ଭିକ ସାମାଜିକ ସେବାର ତାଙ୍କର ପୁରୁଣା ପରିଚିତ ମାନଙ୍କୁ ଭେଟିବେ । ଏହି ଦୁଇଟି ସ୍ଥାନ କାନପୁରର ନିକଟବର୍ତ୍ତୀ । ଏହାପରେ  ରାଷ୍ଟ୍ରପତି ତାଙ୍କ ଜନ୍ମସ୍ଥାନ ପରୋଁଖ ଗାଁରେ ପହଁଚିବେ । ଜୁନ୍ 27 ରେ ତାଙ୍କ ସମ୍ମାନାର୍ଥେ ଦୁଇଟି କାର୍ଯ୍ୟକ୍ରମର ଆୟୋଜନ କରାଯିବ ।  ଏହାପରେ କୋବିନ୍ଦ ଜୁନ୍ 28ରେ କାନପୁର କେନ୍ଦ୍ରୀୟ ରେଳ ଷ୍ଟେସନରୁ ଟ୍ରେନରେ ଲକ୍ଷ୍ନୌକୁ  ଦୁଇ ଦିନିଆ ଯାତ୍ରା କରିବେ। ଜୁନ୍ 29ରେ ସେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଫେରିବେ ।

ସୂଚନାଯୋଗ୍ୟ, ରାମନାଥ କୋବିନ୍ଦଙ୍କ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ ଓ ଡ. ରାଜେନ୍ଦ୍ର ପ୍ରସାଦ ଟ୍ରେନରେ ଯାତ୍ରା କରିଥିଲେ । ଡ. କଲାମ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିଥିଲେ । ସେ ୨୦୦୨, ୨୦୦୪ ଓ ୨୦୦୬ରେ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିଥିଲେ । କାଲାମ ଶେଷ ଥର ପାଇଁ ୨୦୦୬ରେ ଦିଲ୍ଲୀରୁ ଡେରାଡୁନ ଗସ୍ତ କରିଥିଲେ ।