
କୋଦଳା, ୨୪/୧୦ (ଗୁଲସନ କୁମାର କର) : ବେଗୁନିଆପଡା ସ୍ଥିତ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଜନଜାତି ଓ ଉପଜାତି ଆବାସିକ ବିଦ୍ୟାଳୟରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଟିମ ଦ୍ୱାରା ଅନ୍ତେବାସିନୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏଥିରେ ୭୬ ଜଣ ପିଲା ସାମିଲ ହୋଇଥିଲେ। ଶାରୀରିକ ସ୍ବାସ୍ଥ୍ୟଗତ ସମସ୍ୟା ସହିତ କିଶୋରୀ ମାନଙ୍କ ପରୀକ୍ଷା କରାଯାଇଥିଲା । ଏଥିରେ ଡାକ୍ତର ଜୟଦେବ ନାୟକ, ଡ଼ଃ ପ୍ରିୟମ୍ବଦା ଜେନା, ଡ଼ଃ ଅନନ୍ତ ନାରାୟଣ ପ୍ରହରାଜ, ଏ ଏନ.ଏମ ପି.ଗୀତାଞ୍ଜଳି ଆଚାରି ଯୋଗ ଦେବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେ. ଭୀମରାଜ ପାତ୍ର ଯୋଗ ଦେଇଥିଲେ।




