ଆଜି ମାଟ୍ରିକ ଫଳ

3

କଟକ,୨୫/୦୬/୨୧ (ଜିଲ୍ଲା ଖବର) :  ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଅପରାହ୍ନ 4ଟାରେ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ ପରୀକ୍ଷାଫଳ। ସଂଧ୍ୟା 6ଟା ପରଠୁ ୱେବସାଇଟରେ ହେବ ଉପଲବ୍ଧ । ପରୀକ୍ଷାର୍ଥୀମାନେ ନିଜ ପରୀକ୍ଷା ଫଳ ବୋର୍ଡ ଓ୍ବେବସାଇଟ୍‌ରୁ ଜାଣିପାରିବେ । www.bseodisha.ac.in ଓ www.bseodisha.nic.in ୱେବସାଇଟ୍‌ରେ ଫରୀକ୍ଷାଫଳ ଜାଣିହେବ ।

ସେହିପରି ଏସ୍‌ଏମ୍‌ଏସ୍‌ରେ ରେଜଲ୍ଟ ପାଇବା ପାଇଁ OR0୧ space roll number  ଲେଖି 5676750କୁ ପଠାଇବାକୁ ପଡ଼ିବ । ଚଳିତ ବର୍ଷ କରୋନା ପାଇଁ ମାଟ୍ରିକ ପରୀକ୍ଷା ବାତିଲ ହୋଇଥିବାରୁ ନବମ ବାର୍ଷିକ ଓ ଦଶମରେ ହୋଇଥିବା ଟେଷ୍ଟ ପରୀକ୍ଷାକୁ ଆଧାର କରି ମୂଲ୍ୟାୟନ କରାଯାଇଛି । ଏହି ଆଧାରରେ ମାଟ୍ରିକ ପରୀକ୍ଷା ଫଳ କିପରି ରହିବ ସେ ନେଇ ଦ୍ବନ୍ଦ୍ବରେ ରହିଛନ୍ତି ପରୀକ୍ଷାର୍ଥୀ ।

କରୋନା ମାହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବିଳମ୍ବରେ କରିବାକୁ ଚିନ୍ତା କରିଥିଲା ବୋର୍ଡ । ସେହି ଅନୁସାରେ 6 ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀଙ୍କ ନାମଲେଖା ପକ୍ରିୟା ଶେଷ ହୋଇଥିଲା । ମାତ୍ର କରୋନା ପିକ୍‌ରେ ଥିବାରୁ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାର୍କ ଦେବା ଲାଗି ବିକଳ୍ପ ବ୍ୟବସ୍ଥା ସ୍ବରୁପ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା ।

ଯେଉଁ ସ୍କୁଲରେ ଦଶମ ଶ୍ରେଣୀର ଟେଷ୍ଟ ପରୀକ୍ଷା ହୋଇନଥିବ ସେହି ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀର ମାର୍କକୁ ଆଧାର କରି ମୂଲ୍ୟାୟନ କରାଯିବା ପାଇଁ ସ୍ଥିର କରାଯାଇଛି । ମୂଲ୍ୟାୟନ କେତେ ଦୂର ଠିକ ହେବ ଓ ପ୍ରକୃତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସଠିକ ରେଜଲ୍ଟ ମିଲିବ କି ନାହିଁ, ତାକୁ ନେଇ ଚିନ୍ତାରେ ଶିକ୍ଷକ ଓ ଅଭିଭାବକ ।