
୨୫/୦୬/୨୧ (ଜିଲ୍ଲା ଖବର) : ଆମେରିକାର ଫ୍ଲୋରିଡାରେ ଭୁଶୁଡିଲା କୋଠା । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 35 ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଅନେକ ନିଖୋଜ ଥିବା ସୂଚନା ରହିଛି । ମିଆମି ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଥିବାବେଳେ ବିଲ୍ଡିଂ ଟି ଅଧାରୁ ଅଧିକାଂଶ ଭୁଶୁଡି ପଡିଛି ।
ରାତି ପ୍ରାୟ 1.30ଟାରେ ବିଲ୍ଡିଂ ଭୁଶୁଡିପଡିଥିଲା । ବିଲ୍ଡିଂର ଅଧା ପାର୍ଶ୍ୱ ଭୁଶୁଡି ପଡିଥିବାବେଳେ ଆଉ ଅଧା ପାର୍ଶ୍ୱ ସୁରକ୍ଷିତ ରହିଛି । ତେବେ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିଥିଲା । ମିଆମି ପୋଲିସର କହିବାନୁଯାୟୀ, 99 ଜଣଙ୍କର ପତ୍ତା ମିଳୁନାହିଁ । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି ।


