Monday, November 16, 2026
Home ଆଞ୍ଚଳିକ ଆଜି 20 ଜିଲ୍ଲାରେ ପ୍ରବଳ ବର୍ଷିବ !

ଆଜି 20 ଜିଲ୍ଲାରେ ପ୍ରବଳ ବର୍ଷିବ !

7

ଭୁବନେଶ୍ୱର, ୨୫/୦୬/୨୧ (ଜିଲ୍ଲା ଖବର) :  ଓଡ଼ିଶାରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଗତକାଲି ସମୁଦ୍ର ପତ୍ତନରେ ଥିବା ନିମ୍ନ ଚାପ ରେଖା ଆଜି ମଧ୍ୟ ଉତ୍ତର ପଞ୍ଜାବରୁ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି । ଏହାର ପ୍ରଭାବରେ ଆଜି ୨୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

ଏହାସହ ଓଡ଼ିଶା ଆଖପାଖ ରାଜ୍ୟ ଗୁଡ଼ିକରେ ସୃଷ୍ଟି ହୋଇଛି  ଘୂର୍ଣ୍ଣିବଳୟ ଓ ଟ୍ରପ୍‌ଲାଇନ୍ ।‌ ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଳାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।  ବିଶେଷ କରି ଆଜି କଳାହାଣ୍ଡି, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କେନ୍ଦୁଝରରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ମଧ୍ୟ ରହିଛି । ଅନ୍ୟପକ୍ଷରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଚାଷୀମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି।