
କନ୍ଧମାଳ, ୨୫/୦୬/୨୧ (ଜିଲ୍ଲା ଖବର) : ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ପୁଣି ଦୁଇଜଣ ନକଲି ମାଓବାଦୀ । ଗତ ୧୦ ତାରିଖରେ ଦାରିଙ୍ଗବାଡ଼ି ଥାନା ମକପାଟା ଓ ଟେପାରୀ ଗାଁ ରେ ହୋଇଥିଲା ଡକାୟତି । ମାଓବାଦୀ ନାମରେ ଡକାୟତି କରିଥିଲେ ୬ଜଣିଆ ଗ୍ୟାଙ୍ଗ୍ । ଘଟଣାରେ ଗତ ୧୦ ତାରିଖରେ ୪ଜଣ ଫେକ୍ ମାଓବାଦୀଙ୍କୁ ଗିରଫ କରିଥିବାବେଳେ ଦୁଇ ଜଣ ଫେରାର ଥିଲେ ।
ଫେରାର୍ ଥିବା ଦୁଇଜଣଙ୍କୁ ଟ୍ରାକ୍ କରୁଥିଲେ ସାଇବର ଏକ୍ସପର୍ଟ ସବ ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା । ଗତ ୧୦ ତାରିଖ ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ୱନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇଥିଲେ । ଏହାସହ ବନ୍ଧୁକ, ଖଣ୍ଡା, କାତି ଆଦି ମାରଣାସ୍ତ୍ର ଦେଖାଇ ନିଜକୁ ମାଓବାଦୀର ପରିଚୟ ଦେଇ ଟଙ୍କା,ସୁନା ଓ ଡାଲି ଚାଉଳ ଲୁଟି ନେଇଥିଲେ ୬ ଜଣିଆ ଡକାୟତି ଗ୍ୟାଙ୍ଗ୍ ।
ଏନେଇ ଉଭୟ ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ପୋଲିସ୍ ତଦନ୍ତ କରି ଗତ ୧୬ ତାରିଖରେ ଘଟଣାରେ ସମ୍ପୃକ୍ତ ୪ଜଣ ନକଲି ମାଓବାଦୀଙ୍କୁ ଗିରଫ କରିବାସହ କୋର୍ଟ ଚାଲାଣ କରିଥିବା ବେଳେ ଗ୍ୟାଙ୍ଗର ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିଲେ । ଫେରାର ଦୁଇଜଣଙ୍କୁ ଟ୍ରାକ୍ କରି ଗିରଫ କରିଛି ଦାରିଙ୍ଗବାଡ଼ି ପୋଲିସ୍ । ଗିରଫ ଦୁଇ ଫେକ୍ ମାଓବାଦୀ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ସଲାବାଡ଼ି ଗ୍ରାମର ମସେଶ ଦିଗାଲ ଓ କୋଟଗଡ଼ ଥାନା ପୁରସୁଡ଼ି ଗ୍ରାମର ଆନ୍ଦ୍ରିୟ ପ୍ରଧାନ ହୋଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି l



