
ନୂଆଦିଲ୍ଲୀ, ୨୫/୦୬/୨୧ (ଜିଲ୍ଲା ଖବର) : ଦୁନିଆଁକୁ ଅଲବିଦା କଲେ, ରାଷ୍ଟ୍ରିୟ ପୁରସ୍କାର ବିଜେତା ସିନେମାଟୋଗ୍ରାଫର ତଥା ନିର୍ଦ୍ଦେଶକ ସିଭନ୍ । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ୮୯ ବର୍ଷ ବୟସରେ,ଗତ ଗୁରୁବାର ଦିନ ନିଜ ବାସଭବନରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଫିଲ୍ମ ନିର୍ମାତା ସଙ୍ଗୀତ ସିଭନ,ସନ୍ତୋଷ ସିଭନ ଓ ସଞ୍ଜୀବ ସିଭନ ହେଉଛନ୍ତି ତାଙ୍କର ପୁତ୍ର ।
ସୂଚନାଯୋଗ୍ୟ, ସିଭନ୍ କେରଳର ପ୍ରଥମ ପ୍ରେସ୍ ଫଟୋଗ୍ରାଫର ଥିଲେ। ଏହା ସହିତ, ସେ ୧୯୯୧ ରେ ‘ଅଭୟମ୍’ର ନିର୍ଦ୍ଦେଶନା ଦେଇଥିଲେ, ଯାହା ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇଥିଲା । ତେବେ ତାଙ୍କ ବିୟୋଗଲେ ଶୋକର ଲହରୀ ଖେଳି ଯାଇଛି
ସୋସିଆଲ ମିଡିଆରେ ଟ୍ବିଟ କରି ତାଙ୍କ ପୁଅ ସଙ୍ଗୀତ ସିଭନ ଏହାର ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘ ସବୁକିଛି ପାଇଁ ଧନ୍ୟବାଦ ପାପା, ତୁମ ବିନା ଦୁନିଆଁକୁ ଭାବିବା ବହୁତ୍ କଷ୍ଟ ,ହେଲେ ତୁମେ ଯେଉଁ ରାସ୍ତା ଦେଖାଇଛ,ଆମେ ସେହି ରାସ୍ତା ଦେଇ ଚାଲିବୁ ‘ ।


