Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! କରୀସ୍ମା କପୁର

ଜନ୍ମଦିନର ଶୁଭେଚ୍ଛା ! କରୀସ୍ମା କପୁର

17

ନୂଆଦିଲ୍ଲୀ, ୨୫/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ କରୀସ୍ମା କପୁର, ନିଜ ଅଭିନୟରେ ଦର୍ଶକକଙ୍କୁ ବେଶ କିମିଆ କରନ୍ତି । ତାଙ୍କ ଅଭିନୟ ସାଙ୍ଗକୁ ତାଙ୍କ ଏକ୍ସପ୍ରେସନ , ଦର୍ଶକଙ୍କର ବେଶ ଦୃଷ୍ଟି ଆକର୍ଷଣ କରିଥାଏ  ।  ଆଜି ହେଉଛି କରୀସ୍ମା କପୁରଙ୍କ ଜନ୍ମଦିନ । ୨୫ ଜୁନ ୧୯୭୪ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପରିବାରରେ ଅଭିନୟର ମାହୋଲ ରହିଛି  । ତଥାପି ଫିଲ୍ମ ଦୁନିଆଁରେ ପାଦ ଥାପିବା ତାଙ୍କ ପାଇଁ ଏତେ ସହଜ ନଥିଲା । କପୁର ପରିବାରର ଝିଅ ମାନଙ୍କ ପାଇଁ ଅଭିନୟ ଦୁନିଆଁରେ ପ୍ରବେଶ କରିବା ଏତେ ସହଜ ନଥିଲା ।  ହେଲେ ସେ ନିୟମ ଭାଙ୍ଗି ଅଭିନୟ ଦୁନିଆଁରେ ପାଦ ଥାପିଥିଲେ । ଆଉ ବେଶ ସଫଳତା ହାସଲ କରିଥିଲେ ।  

କରୀସ୍ମା କପୁର ଫିଲ୍ମ’Prem Qaidi’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ସେ ବଲିଉଡରେ ଗୋଟେ ପରେ ଗୋଟେ ଫିଲ୍ମ କରି ଚାଲିଲେ । ଆଉ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଲେ ।  ଫିଲ୍ମ’ରାଜା ହିନ୍ଦୁସ୍ତାନ’ ରେ କରୀସ୍ମା ବେଶ ସଫଳତା ହାସଲ କରିଥିଲେ ।

ଏହା ବ୍ୟତୀତ ସେ ଫିଲ୍ମ’କୁଲି ନମ୍ବର ଓ୍ବାନ’, ‘ହିରୋ ନମ୍ବର ଓ୍ବାନ’ ଭଳି ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।