Thursday, October 15, 2026
Home ଆଞ୍ଚଳିକ ଅନଲାଇନ ଠକେଇର ଶିକାର ହେଲେ ଅଭିନେତ୍ରୀ ଶବାନା ଆଜମୀ

ଅନଲାଇନ ଠକେଇର ଶିକାର ହେଲେ ଅଭିନେତ୍ରୀ ଶବାନା ଆଜମୀ

21

ନୂଆଦିଲ୍ଲୀ,୨୫/୦୬/୨୧ (ଜିଲ୍ଲା ଖବର) : ଅନଲାଇନ ଠକେଇର ଶିକାର ହୋଇଛନ୍ତି ବଲିଉଡର ଜଣାଶୁଣା ଅଭିନେତ୍ରୀ ଶବାନା ଆଜମୀ । ଟ୍ବିଟ କରି ସେ ଏହାର ସୂଚନା ଦେଇଛନ୍ତି ।  ସେ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ କରିଥିବା ପୋଷ୍ଟରେ ଲିଭିଂ ଲିକ୍ବିଡଜକୁ ପେଟିଏମରେ ସେ ଅନଲାଇନ ପଇଠ କରି ଦେଇଥିଲେ ।

ହେଲେ ଅର୍ଡର ଡେଲିଭରି ହେବା ଆଗରୁ, ସେମାନେ ତାଙ୍କ ଫୋନ ରିସିଭ୍ କରୁନଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି । କେବଳ ଏତିକି ନୁହେଁ ,ଏହା ସହିତ ସେ ଯେଉଁ ଆକାଉଣ୍ଟରୁ ଯାହାକୁ ଟଙ୍କା ଟ୍ରାନ୍ସଫର କରିଛନ୍ତି, ତାର ଆଇଏଫଏସସି କୋଡ ସହ ନମ୍ବର ମଧ୍ୟ ଉଲ୍ଲେଖ କରିଛନ୍ତି ।

 ଏହା ସହିତ ସେ ଲୋକମାନଙ୍କୁ ଅନଲାଇନରେ କିଣାକିଣି ସମୟରେ ଠକଙ୍କ ପ୍ରତି ସାବଧାନ ରହିବାକୁ ସତର୍କ କରିଛନ୍ତି । ଏହାପରେ ନେଟିଜେନମାନେ ତାଙ୍କୁ ପୁଲିସରେ ତୁରନ୍ତ ଏତଲା ଦେବାକୁ ପରାମର୍ଶ ଦେଇଛନ୍ତି ।