ଆଜିର ଓଡ଼ିଶା ଦରବାର ତରଫରୁ ଗଙ୍ଗାଧର ମେହେରଙ୍କ ୧୫୮ତମ ଜୟନ୍ତୀ

111

ବ୍ରହ୍ମପୁର, ୧୬/୮(ରାଜେଶ ରଣା) : ଆଜିର ଓଡ଼ିଶ। ଦରବାର ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୫୮ତମ ଜୟନ୍ତୀ ବ୍ରହ୍ମପୁର ପାଳିତ : ପାକ୍ଷିକ ଓଡ଼ିଆ ଖବର କାଗଜ ‘ଆଜିର ଓଡ଼ିଶା ଦରବାର’ ତରଫରୁ ଶୁକବାର ଦିନ ସ୍ୱଭାବକବି ଗଙ୍ଗାଧରମେହେରଙ୍କ ୧୫୮ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେଥିବା କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଆଜିର ଓଡ଼ିଶା ଦରବାରର ସମ୍ପାଦକ ରବୀନ୍ଦ୍ର କୁମାର ମହାରଣାଙ୍କନେତୃତ୍ୱରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ବିିଜିପୁରସ୍ଥିତ ଆଜିର ଓଡ଼ିଶା ଦରବାର କାର୍ଯ୍ୟାଳୟରେ ବରିଷ୍ଟ ସାହିତି୍ୟକ ଡ଼ା.ଚନ୍ଦ୍ରମ ଣି ସ୍ୱାଇଁଙ୍କ ସଭାପତିତ୍ବରେ ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତି ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ବିରଳ ମୃତ୍ତିକା କମ୍ପାନୀର ଅବସରପ୍ରାପ୍ତଡ଼ିଜିଏମ୍ ସୂର୍ଯ୍ୟକାନ୍ତ ପାତ୍ର,ମୁଖ୍ୟ ବକ୍ତା ଭାବେ ବିଜୁ ପଟ୍ଟନାୟକ ବରିଷ୍ଟ ନାଗରିକ ସଂଘର ସଭାପତି ରାସବିହାରୀ ଦାସ,ସମ୍ମାନିତ ଅତିଥି ଭାବେ କବୟତ୍ରୀ ପଦ୍ମିନି ମିଶ୍ର , ଶିକ୍ଷାବିତ ଜୀତେନ୍ଦ୍ର ନାଥ ପଟ୍ଟନାୟକ, ପ୍ରଶାନ୍ତ କୁମାର ମହାପାତ୍ର,ସ୍ୱାସ୍ଥ୍ୟ ପରାମର୍ଶ ଦାତ୍ରୀ ସରିତ। ପଣ୍ଡା, ଓଡ଼ିଶ। ଭାସ୍କରର ଗଞ୍ଜାମ ଜିଲ୍ଲା ପ୍ରତିନିଧି ଶରତଚନ୍ଦ୍ର ନନ୍ଦ, ପ୍ରତିଦିନର ବ୍ରହ୍ମପୁର ବୁ୍ୟରୋଚିଫ ମନୋରଞ୍ଜନ ଦଳାଇ, ମହେନ୍ଦ୍ର କଳା ସାହିତ୍ୟ ସଂସଦର ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଇଂ.ପ୍ରଫୁଲ କୁମାର ତ୍ରିପାଠୀ , ଲେଖିକା ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ , ଦେବରାଜ କୋଠିଆ , ସୁଶ।ନ୍ତ କୁମାର ପ୍ରମୁଖ ଯୋଗଦେଇ କବି ଗଙ୍ଗାଧର ମେହେରଙ୍କ ତପସ୍ୱିନି , ପ୍ରଣୟବଲ୍ଲରୀ , କୀଚକବଧ ଇତ୍ୟାଦି କାବ୍ୟ ସମ୍ପର୍କେ ଆଲୋଚନା କରିବ। ସହ ଗଙ୍ଗାଧରଙ୍କ ସାହିତ୍ୟରେ ଉଭୟ ପ୍ରକୃତି ଓ ଭାରତୀୟ ସଂସ୍କୃତିର ସମନ୍ୱୟ ଅଦ୍ଭୂତ ପୂର୍ବ ବୋଲି ମତବ୍ୟକ୍ତ କରିଥିଲେ । ଆଜିର ଓଡ଼ିଶା ଦରବାରର ସମ୍ପାଦକ ରବୀନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗୁମ୍ରଫ୍ ସମ୍ପାଦକ ପ୍ରକାଶ ଚନ୍ଦ୍ର ମିଶ୍ର , ଋଷିକୂଲ୍ୟା ସାପ୍ତାହିକୀର ସମ୍ପାଦକ ଡ଼ା.ସିଦ୍ଧ।ର୍ଥ ପାଟ୍ଟଯୋଶୀ, ଶିଳ୍ପୀ ବାସୁଦେବ ମହାରଣା, ସାମ୍ବାଦିକ ବାସୁଦେବ ମହାପାତ୍ର, ବାସୁଦେବ ଲିମା, କୃଷ୍ଣ ବାଡ଼ତ୍ୟା, ସୁକାନ୍ତ କୁମାର ପଟ୍ଟନାୟକ, ଜଟଣୀର କବି ସୁଧିର କୁମ।ର ଦାସ, ଉମା ଶଙ୍କର ନାହାକ, ନିରଞ୍ଜନ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଆଜିର ଓଡ଼ିଶ। ଦରବାରର ପରିଚାଳନା ସମ୍ପାଦକ ମନୋଜ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।