
୨୫/୦୬/୨୧ (ଜିଲ୍ଲା ଖବର) : ଆଜିଠୁ ଅଲାରନାଥଙ୍କ ଅନବସର ନୀତି । ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି । ସ୍ନାନବେଦୀରେ ସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଜ୍ୱର । ସୁସ୍ଥ ହେବା ପାଇଁ ୧୫ ଦିନ ଧରି ଅଣସର ପିଣ୍ଡିରେ ଚାଲିବ ଗୁପ୍ତ ସେବା ।
ଏହି ସମୟରେ ରତ୍ନ ସିଂହାସନ ଉପରେ ହେଉଛି ପଟିଦିଅଁ ପୂଜା । ଏହି ସମୟରେ ଶ୍ରୀଜିଉଙ୍କୁ ଶ୍ରୀମନ୍ଦିରରେ ବଦଳରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଯାଇଥାନ୍ତି ଭକ୍ତ । ବିଶ୍ୱାସ ରହିଛି ବର୍ଷ ତମାମ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳିଥାଏ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୁଣ୍ୟ ମିଳେ। କିନ୍ତୁ ଚଳିତବର୍ଷ କରୋନା ପାଇଁ ଅଲାରନାଥଙ୍କ ପୀଠରେ ଲାଗିଛି ୧୪୪ ।
ଆଜିଠାରୁ ଜୁଲାଇ ୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । କେବଳ ପାଳିଆ ସେବାୟତଙ୍କୁ ନେଇ ଆରମ୍ଭ ହୋଇଛି ଅନବସର ନୀତି । ଭୋର ୪ ଟାରୁ ଦ୍ୱାର ଫିଟିବା ପରେ ଚାଲିଛି ଶ୍ରୀଜିଉଙ୍କ ପୂଜାର୍ଚ୍ଚନା ।


