
ନୂଆଦିଲ୍ଲୀ, ୨୫/୦୬/୨୧ (ଜିଲ୍ଲା ଖବର) : ଦେଶରେ କରୋନା ଭୂତାଣୁର ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। କିନ୍ତୁ କରୋନା ତୃତୀୟ ଲହର ଛଅରୁ ଆଠ ସପ୍ତାହ ମଧ୍ୟରେ ଆସିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ତେବେ ଆସ୍ୱସ୍ଥିକର ଖବର ଏହିକି ଯେ, କୋଭିଡର ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମିତ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୧,୬୬୭ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୩୨୯ ରୋଗୀ ପ୍ରାଣ ହରାଇଛନ୍ତି। ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୩ ହଜାର ୩୧୦କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧ ଲକ୍ଷ ୩୪ ହଜାର ୪୪୫କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୮୬୮ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୯୧ ଲକ୍ଷ ୨୮ ହଜାର ୨୬୭ରେ ପହଞ୍ଚିଛି ।
ବର୍ତ୍ତମାନ ସୁଦ୍ଧା ୩୦ କୋଟି ୭୯ ଲକ୍ଷ ୪୮ ହଜାର ୭୪୪ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।


