Sunday, November 15, 2026
Home ଆଞ୍ଚଳିକ ଚର୍ଚ୍ଚାରେ ଉର୍ବଶୀ ରୌତେଲାଙ୍କ ଲୁକ୍

ଚର୍ଚ୍ଚାରେ ଉର୍ବଶୀ ରୌତେଲାଙ୍କ ଲୁକ୍

16

ନୂଆଦିଲ୍ଲୀ, ୨୫/୦୬/୨୧ (ଜିଲ୍ଲା ଖବର) : ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଲୁକ୍ । ତାଙ୍କର ଏହି  ଲୁକ ପାଇଁ ପାଖାପାଖି ୫୮ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଶୁଣିବାକୁ ମିଳୁଛି ।  ସେ ଏକ ଗୁଜୁରାଟି ପାଟଶାଢୀ ପିନ୍ଧିଥିବା ଦେଖିବାକୁ ମିଳୁଛି । ସେ ତାଙ୍କର ଇନଷ୍ଟା ପୋଷ୍ଟରେ ଏହି ଶାଢୀର ବିଶେଷତା ମଧ୍ୟ କହିଛନ୍ତି ।  ସେ ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି ଯେ ଏହି ଶାଢୀ ୩୦୦ ବର୍ଷ ପର୍ଯ୍ୟନ୍ତ ନୂଆ ଭଳି ରହିଥାଏ ।

ସେ ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଖୁବ୍ ସୁନ୍ଦର ଶାଢୀ ପିନ୍ଧିଥିବା ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ ମୋର ସବୁଠାରୁ ପ୍ରିୟ ଗୁଜୁରାଟି ପାଟ ଶାଢୀ ମୁଁ ପିନ୍ଧିଛି  । ସବୁ କ୍ଲାସିକ ପାଟ ଶାଢୀ ୩୦୦ ବର୍ଷ ଯାଏଁ ରହିଥାଏ ।  ଯାହାରକି ରଙ୍ଗ ମଧ୍ୟ ଫିକା ପଡି ନଥାଏ । ମନୋଜ କୁମାରଙ୍କ ନାତୁଣୀ ମୁସ୍କାନଙ୍କ ମେହେନ୍ଦୀରେ ଉର୍ବଶୀ ରୌତେଲା ଏହି ଶାଢୀ ପିନ୍ଧିଥିଲେ ।

ତେବେ ଏବେ ତାଙ୍କର ଏହି ଶାଢୀର ମୂଲ୍ୟକୁ ନେଇ ଚର୍ଚ୍ଚା ହେଉଛି । କେବଳ ସେ ଦାମୀ ଶାଢୀ ପିନ୍ଧି ନାହାଁନ୍ତି , ଏହା ସହିତ ହୀରା ଅଳଙ୍କାର ମଧ୍ୟ ସେ ପିନ୍ଧିଛନ୍ତି । ସୂଚନା ଅନୁଯାୟୀ, ତାଙ୍କର ଏହି ଲୁକର ମୂଲ୍ୟ ପାଖାପାଖି ୫୮,୭୫,୫୦୦ ଟଙ୍କା । ତାଙ୍କର ଏହି ଶାଢୀ ତିଆରି କରିବାକୁ ୬ ମାସ ସମୟ ଲାଗିଥିଲା ବୋଲି କହିଛନ୍ତି ଉର୍ବଶୀଙ୍କ ଷ୍ଟାଇଲିଷ୍ଟ ତୁଷାର କପୁର । ରେଶମ ସୂତା ରଙ୍ଗ କରିବାରେ ୭୦ ଦିନରୁ ଅଧିକ ଓ ବୁଣାକାରରେ ୨୫ ଦିନ ।  ତେବେ ଏହା ପ୍ରଥମ ଥର ନୁହେଁ ଯେ, ସେ ଏମିତି  ଦାମୀ ପୋଷାକ ପିନ୍ଧିଛନ୍ତି , ଏହା ପୂର୍ବରୁ ତାଙ୍କର ଦାମୀ ପୋଷାକକୁ ନେଇ ଚର୍ଚ୍ଚା ହୋଇଥାଏ ।