Sunday, November 15, 2026
Home ଆଞ୍ଚଳିକ ଥାର୍ଡ ୱେଭ ଆସିବା ପୂର୍ବରୁ ଆଗୁଆ ଜାଣି ହେବ- ବିଜୟ ମହାପାତ୍ର

ଥାର୍ଡ ୱେଭ ଆସିବା ପୂର୍ବରୁ ଆଗୁଆ ଜାଣି ହେବ- ବିଜୟ ମହାପାତ୍ର

6

ଭୁବନେଶ୍ୱର, ୨୫/୦୬/୨୧ (ଜିଲ୍ଲା ଖବର) : ତୃତୀୟ ଲହରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟନିର୍ଦେଶକ ।  ଥାର୍ଡ ୱେଭ ଆସିବା ପୂର୍ବରୁ ଆଗୁଆ ଜାଣି ହେବ । କେବେ ଥାର୍ଡ ୱେଭ ଓଡ଼ିଶା ଆସିବ ତାହା ଆମେ ପୂର୍ବରୁ ହିଁ ଜାଣି ପାରିବୁ । ଦ୍ୱିତୀୟ ଲହର ବମ୍ବେ ଓ ଦିଲ୍ଲୀରେ ଆସିବା ପରେ ଓଡ଼ିଶାକୁ ଆସିଥିଲା । ତେଣୁ ଆଶା କରୁଛୁ ଥାର୍ଡ ୱେଭ ଆମ ଦେଶକୁ ଆସିଲେ ଜାଣିହେବେ । ମାତ୍ର ବର୍ତ୍ତମାନ ଠୁ ଆମେ ଥାର୍ଡ ୱେଭ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ।

ଅନ୍ୟପଟେ ଭ୍ୟାକ୍ସିନ ନେଇ ଆଇସିଏମାର ଷ୍ଟଡ଼ି ଉପରେ ମଧ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ଭ୍ୟାକ୍ସିନ ନେଇ ପଜେଟିଭ ହୋଇଥିବା 274 ଜଣଙ୍କର ଷ୍ଟଡ଼ି କରିଥିଲା ଆଇସିଏମାର । ଭ୍ୟାକ୍ସିନ ନେବା ଦ୍ୱାରା ସୁରକ୍ଷା ମିଳୁଛି ଏବଂ ସିଭିୟରିଟି ଅଧିକ ହେଉ ନାହାନ୍ତି । ଏହା ଆମ ଶରୀରରେ ଆଣ୍ଟିବଡ଼ି ମଧ୍ୟ ସୃଷ୍ଟି କରୁଛି । ତଥାପି ଏହାର ଅଧିକ ଅନୁଧ୍ୟାନ ଆବଶ୍ୟକ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ବୈଷୟିକ କମିଟି ଭ୍ୟାକ୍ସିନ ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି, କେତେ ଲୋକଙ୍କର ସିଭିୟରିଟି ହେଉଛନ୍ତି ସେ ନେଇ ଷ୍ଟଡ଼ି କରାଯାଉଛି ।

ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ବେଳେ ବେଳେ ଅପ୍ ଆଣ୍ଡ ଡାଉନ୍ ହେଉଛି । ସଂକ୍ରମଣ ବଢିଥିବା କିଛି ଜିଲ୍ଲା ଉପରେ ଅଧିକ  ଫୋକସ କରାଯିବା ସହ ସ୍ୱତନ୍ତ୍ର ନଜର ରଖାଯାଇଛି ।