
ଭୁବନେଶ୍ୱର,୨୫/୦୬/୨୧ (ଜିଲ୍ଲା ଖବର) : ଆଜି କୁଳପତି ସମ୍ମିଳନୀରେ ସମୀକ୍ଷା। +3 ପରୀକ୍ଷାକୁ ନେଇ ଆଲୋଚନା କରିବେ ଉଚ୍ଚଶିକ୍ଷା ମନ୍ତ୍ରୀ। ୟୁଜି, ପିଜି ପରୀକ୍ଷା ନେଇ ଭର୍ଚୁଆଲ ମାଧ୍ୟମରେ ଉଚ୍ଚଶିକ୍ଷା ମନ୍ତ୍ରୀ କରିବେ ଆଲୋଚନା । ଜୁଲାଇ ଓ ଅଗଷ୍ଟରେ ୟୁଜି, ପିଜି ପରୀକ୍ଷା କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା ସେପଟେ ଆଜି ଆଜି ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷାର୍ଥୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଡମିଟ୍ କାର୍ଡ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। କଲେଜଗୁଡ଼ିକୁ ଆଡମିଟ୍ କାର୍ଡ ପଠାଯାଇଥିବା ବେଳେ ପରୀକ୍ଷାର୍ଥୀ ସାମସ ୱେବ୍ସାଇଟ୍ samsodisha.gov.in/Juniorweb.aspx, samsodisha.gov.in/Juniorweb.aspx> ‘ ରୁ ଅନ୍ଲାଇନ୍ରେ ଆଡମିଟ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଯେଉଁମାନେ ଡାଉନ୍ଲୋଡ୍ କରିପାରିବେ ନାହିଁ; ସେମାନେ କୋଭିଡ-୧୯ ନିୟମ ପାଳନ କରି କଲେଜରୁ ଆଡମିଟ୍ କାର୍ଡ ସଂଗ୍ରହ କରିପାରିବେ।
ପ୍ରାକ୍ଟିକାଲ ରିପୋର୍ଟ ଦାଖଲ ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀ ଯେପରି ଆଡମିଟ୍ କାର୍ଡ ପାଇବେ କଲେଜ ଅଧ୍ୟକ୍ଷମାନେ ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ସଂଗ୍ରହ ବେଳେ ନିଜର ପୂର୍ବବର୍ଷ ମାର୍କସିଟ୍ ଓ ଆଡମିଟ୍ କାର୍ଡ କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ। ଜୁଲାଇ ୭ ସୁଦ୍ଧା ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।


