
ହିଞ୍ଜିଳିକାଟୁ,୨୫/୬(ଜିଲ୍ଲା ଖବର) : ହିଂଜିଲିକାଟୁ ଥାନା ଅଧିନ ବରପଲ୍ଲୀ ରୁ ମହୁଲୀପଲ୍ଲି ରାସ୍ତା ମଝିରେ ଏକ ଆମ୍ବ ତୋଟାରେ ଚାଲିଥିଲା ବେଧଡକ ଜୁଆ ଆଡ୍ଡା।ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରି 91000ଟଙ୍କା ଜବତ କରିବାସହ 12ଟି ମୋଟର ସାଇକେଲ କୁ ବି ଜବତ କରିଛି।
ଆଗାମୀ ଦିନରେ ଜୁଆ ଖେଳର ମାତ୍ରା ବଢ଼ି ପାରେ ବୋଲି ଆଶଙ୍କା କରାଯାଉଛି ବୋଲି ଏନେଇ ହିଂଜିଲି ଥାନା ଅଧିକାରି ଅଭୀମନ୍ୟୁ ଦାସ ଦଙ୍କ ସହ ଯୋଗଯୋଗ କରିବାରୁ ଆସନ୍ତା ଦିନରେ ପେଟ୍ରୋଲିଂ କଡ଼ାକଡି କରାଯିବା ସହ ଜୁଆଡିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି I



