
ବାଲିଗୁଡ଼ା , 24/06 {ସୁକାନ୍ତ କୁମାର ତ୍ରିପାଠୀ }କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ଦ୍ୱାରା ଭିଡିଓ କନଫରେନସି ମାଧ୍ୟମରେ 500 LPM ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଅକ୍ସିଜେନ ପ୍ଳାଣ୍ଟ ଉଦଘାଟିତ ହୋଇଯାଇଛି | ଏହି ଆକ୍ସିଜେନ ପ୍ଳାଣ୍ଟ ଉଦଘାଟନ ସମୟରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ , ଜିଲ୍ଲାପାଳ ଡ଼ଃ ବୃନ୍ଦା ଡି , ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣୀ କହଁର , ଜିଲ୍ଲାପରିଷଦ ଅଧକ୍ଷା ଶ୍ରୀମତୀ ଆକାଂକ୍ଷା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ , ରାଜଶ୍ରୀ ପଟନାୟକ , ବିଧାନ ପରିଷଦ ସଦସ୍ୟ , ବରିଷ୍ଠ ଆଇନଜୀବୀ ଶିବ ପ୍ରଶାଦ ତ୍ରିପାଠୀ ,ସମେତ ଜିଲ୍ଲାର ବହୁ ମାନୟାଗଣ୍ୟ ବ୍ୟକ୍ତି , ସ୍ୱାସ୍ଥ୍ୟ ବିଭାଗ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ଜିଲାରେ 500 LPM ଉତ୍ପାଦନ କ୍ଷମତା ସମ୍ପର୍ଣ୍ଣ ଅକ୍ସିଜେନ ପ୍ଳାଣ୍ଟ ପ୍ରତିଷ୍ଠା ହେବାଦ୍ୱାରା ଜିଲାରେ ଅକ୍ସିଜେନ ର ଅଭାବ ରହିବନି କି ,ବର୍ତମାନ କୌଣସି ରୋଗୀ ଆକ୍ସିଜେନ ଅଭାବରୁ ମୃତ୍ୟୁ ମୁଖରେ ପଡିବେ ନାହିଁ , ଏହାଦ୍ୱାରା କନ୍ଧମାଳ ବାସୀ ଚିକିତ୍ସା କ୍ଷେତ୍ରରେ ବହୁ ପରିମାଣ ରେ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି , ଓ କନ୍ଧମାଳ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିବା ସଂଗେ ସଂଗେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି |



