ସୁନ୍ଦରଗଡ,୨୪/୬(ଜିଲ୍ଲା ଖବର) : ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ଏ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ । ଆସନ୍ତା କାଲି ଅପରାହ୍ନ ୪ଟାରେ କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ଯାଳୟରେ ଏହା ପ୍ରକାଶ ପାଇବାର ସୂଚନା ମିଳିଛି । ଏହା ସହିତ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ଫଳ ବି ପ୍ରକାଶ ପାଇବାର ସୂଚନା ମଧ୍ୟ ମିଳିଛି। ଫଳାଫଳ ସଂଧ୍ୟା ୬ଟା ପରେ ଓ୍ବେବସାଇଟ ( bseodisha.ac.in ଓ bseodisha.nic.in ) ରେ ଉବଲବ୍ଧ ହେବ । ଇଣ୍ଟରନେଟ ସୁବିଧା ନଥିଲେ ଏସଏମଏସ କରି ବି ରେଜଲ୍ଟ ଜାଣିହେବ । ଏଥିପାଇଁ ମୋବାଇଲରେ OR01<ରୋଲ ନଂ> ଟାଇପ କରି ୫୬୭୬୭୫୦ କୁ ଏସଏମଏସ ପଠାଇଲେ ରେଜଲ୍ଟ ମିଳିପାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ ,ବିଶ୍ବରଂଜନ ହୋତା ।



