
ବାଲିଗୁଡ଼ା,୨୪/୬{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡା NAC ଅନ୍ତର୍ଗତ ଜାମ୍ ପଦା ସାହି ଠାରେ ଗତକାଲି ତହସିଲଦାର ଶସlଙ୍କ ସେଖର ପାତ୍ର ଙ୍କ ଉପସ୍ଥିତି ରେ ସରକାରୀ ଜମି ଜବରଦଖଲ କରି ସରକାରୀ କର୍ମଚାରୀ ଅଟ୍ଟାଳିକା ନିର୍ମାଣ କରିଥିବା ଜବତ ଦଖଲ ପ୍ରକ୍ରିୟା ଆରମ୍ଭ କରିଛନ୍ତି l ଜଣେ ସରକାରୀ ଶିକ୍ଷକ ହେ 0040 ଆର୍ ଜାଗା ରେ ନିର୍ମାଣଧିନ ଦୁଇ ବଖରା ଘରକୁ ଉଚ୍ଛେଦ କରିଦିଆଯାଇଛି ବାଲିଗୁଡ଼ା ଏନ୍ ଏ ସି ର ବିଭିନ୍ନ ୱାର୍ଡରେ ହୋଇଥିବା ସରକାରୀ ଜମି ବେ ଦଖଲ ଉପରେ ଉଛେଦ ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି | ବାଲିଗୁଡ଼ାରେ ସତୁରୀ ପ୍ରତିଶତ ସରକାରୀଜମିଉପରେ ବେଆଇନ କୋଠା ନିର୍ମାଣହୋଇଛି ପର୍ଯ୍ୟାୟକ୍ରମେ ବେଆଇନ ଦଖଲ ଉଚ୍ଛେଦ କରି ସମସ୍ତ ସରକାରୀ ଜମି ସରକାରୀ ଖାତାକୁ ଫେରିବ ବୋଲି ତହସିଲଦାର ଶଶାଙ୍କ ଶେଖର ପାତ୍ର ଗଣମାଧ୍ୟମକୁ କହିଛନ୍ତି l ତହସିଲଦାର ଶ୍ରୀ ପାତ୍ର ସ୍ୱଳ୍ପସମୟମଧ୍ୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ କରିଥିବାରୁ ସହରବାସୀ ସାଧୁବାଦ୍ ଜଣାଇଥିବା ବେଳେ କିଛି ଜମି ମାଫିଆ ଙ୍କ ଆଖିରୁ ନିଦ ହଜି ଯାଇଛି ମାଫିଆ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l



