Tuesday, October 13, 2026
Home ଆଞ୍ଚଳିକ ଫିକାରେ ପାଳନ ହେଲା ଦେବସ୍ନାନ ପୂର୍ଣ୍ଣିମା

ଫିକାରେ ପାଳନ ହେଲା ଦେବସ୍ନାନ ପୂର୍ଣ୍ଣିମା

20

ବାଲିଗୁଡା,24/06 {ସୁକାନ୍ତ କୁମାର ତ୍ରିପାଠୀ} : କୋଭିଡ୍ ନିୟମ କୁ ଆଖି ଆଗରେ ରଖୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ଭିତରେ ତିନି ଠାକୁରଙ୍କୁ ରିତି ନୀତି ପରମ୍ପରା ଅନୁଯାୟୀ ପୂଜକ ବାବୁଲା ପଣ୍ଡାଙ୍କ ନେତୃତ୍ଵରେ ପୁଜାପାଠ ପରେ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ସେଠାରେ ପାରମ୍ପରିକ ପୁଜା ପରେ ମୁଖ୍ୟ ପୂଜକ ବାବୁଲା ପଣ୍ଡା ଓ ଅନ୍ୟ ବ୍ରାହ୍ମଣଙ୍କ ସହଜୋଗରେ ତିନି ଠାକୁରଙ୍କୁ 21 ଗରାରେ ଠାକୁରଙ୍କୁ ସ୍ନାନ କରଯାଇଥିଲା । ସ୍ନାନ ପରେ ତିନି ଠାକୁରଙ୍କୁ ଗଜାନନ ବେଶରେ ସଜିତ କରଯାଇଥିଲା । ମନ୍ଦୀର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ମନ୍ଦିର ଭିତରକୁ ଭକ୍ତ ମାନେ ପ୍ରବେଶ ନ କରିବାକୁ ଚାରିପଟେ ବେରିକଟର ବ୍ୟବସ୍ଥା କରିଥିଲେ ।ଏହି ସ୍ନାନ କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର, ପୁର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ମଧୁସୂଦନ ଦାସ, ଶ୍ରୀନିବାସ ପାତ୍ର, ଲଳିତ ପାତ୍ର,ଏସଡ଼ିପିଓ ମନୋଜ ପୂଜାରୀ, ଥାନା ଭାରପ୍ରାପ୍ତ ଅଧିକାରୀ ବାବା ସରାଫ ପ୍ରଭୁତି ଉପସ୍ଥିତ ରହି ପ୍ରତ୍ୟକ୍ଷ ତତ୍ବାବଧାନରେ କୋଭିଡ ନିୟମ ଭିତରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା।