
ଜଟଣୀ,୨୪/୬(ଜିଲ୍ଲା ଖବର) : ଜଟଣୀର ଜନଧୀକାର ସଂଘ ପକ୍ଷରୁ ଗୁରୁବାର ସ୍ଥାନୀୟ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମହାମାରୀ କରୋନା ସଂକ୍ରମଣ ବିପତି ସମୟରେ ଜନସାଧାରଣମାନଙ୍କ ପାଇଁ ଲୋକାଭିମୂଖୀ କାର୍ଯ୍ୟକରୁଥିବା ସ୍ଥାନୀୟ ପ୍ରଶାସନିକଧିକାରୀ ତଥା ପୈାରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି,ତହସିଲଦାର ତପନ କୁମାର ମହାପାତ୍ର,ପ୍ରେସକ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ,ସଭାପତି ଅବସରପ୍ରାପ୍ତ ବିଦ୍ୟୁତବିଭାଗ ଯନ୍ତ୍ରୀ ଇଂ ରବିନ୍ଦ୍ର କୁମାର ଦାସ ଏବଂ ସ୍ୱଛସାଥୀ ସୁପରଭାଇଜରର ୫ଜଣ କର୍ମି ଇତ୍ୟାଦି ୧୨ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ଜନଧୀକାର ସଂଘର ରାଜ୍ୟ ସମ୍ପାଦକ ବାସୁଦେବ ସେଠୀ,ଜିଲା ଉପସଭାପତି ସଂଜିବ କୁମାର,ଜିଲା ଉପଦେଷ୍ଟାି ହବିବୁର ରେହେମାନ,ଅଧିବକ୍ତା ଅକ୍ଷାଶୁଂ ନାୟକ,ସମାଜସେବୀ ଅନାଥ ପଟ୍ଟନାୟକ, ଜନଧୀକାର ସଂଘ ଜଟଣୀ ମଣ୍ଡଳ ଉପସଭାନେତ୍ରି ଶାନ୍ତିଲତା ମହାପାତ୍ର ପ୍ରମୁଖଙ୍କ ଦ୍ୱାରା ଅତିଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରମୋଦ ତିୱାରୀ,ଆତିଶ ବିଶ୍ୱାସ,ଡୋମିନିକ୍ୟାରିସନ,ଅଶୋକ କୁମାର ଜେନାଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ, ସଞ୍ଜୀବ କୁମାର ।


