Wednesday, November 11, 2026
Home ଆଞ୍ଚଳିକ ‘କ୍ରିଷ-୪’ କୁ ନେଇ ସୂଚନା ଦେଲେ ହ୍ରିତିକ୍ ରୋଶନ

‘କ୍ରିଷ-୪’ କୁ ନେଇ ସୂଚନା ଦେଲେ ହ୍ରିତିକ୍ ରୋଶନ

15

ନୂଆଦିଲ୍ଲୀ,୨୪/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଆକ୍ଟର ହ୍ରିତିକ୍ ରୋଶନ ନିଜର ଆଗାମୀ ଫିଲ୍ମକୁ ନେଇ ଏକ ଖୁସି ଖବର ସେୟାର କରିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡିଓ ସେୟାର କରି ‘କ୍ରିଷ-୪’ ବିଷୟରେ ସୂଚନା ଦେଇଛନ୍ତି ।

ସେ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ସୂଚନା ଦେଇ ଲେଖିଥିଲେ ଯେ, ‘ଅତୀତରେ ଯାହା ହେବାର ଥିଲା, ତାହା ହୋଇ ସାରିଛି  । ଦେଖିବା, ଭବିଷ୍ୟତ କ’ଣ ନେଇ ଆସୁଛି ‘ । ସେ ସେୟାର କରିଥିବା ୧୩ ସେକେଣ୍ଡ ଭିଡିଓରେ ସେ ପୁଣି ଥରେ ସୁପରହିରୋ ଅବତାରରେ ନଜର ଆସିଛନ୍ତି । ଏହାସହିତ କ୍ରିଷ-୪ ଏବଂ ନୂଆ ମାସ୍କର ଝଲକ ମଧ୍ୟ ଦେଖାଇଛନ୍ତି ।  

ପ୍ରକାଶ ଥାଉକି, ୨୦୧୯ ମସିହାରେ ହ୍ରିତିକ ରୋଶନ ପିଟିଆଇ ସହ କଥାବାର୍ତ୍ତା ସମୟରେ କହିଥିଲେ ଯେ, ଫିଲ୍ମ ‘ୱାର’ ପରେ ସେ କ୍ରିଷ୍ -୪ ପାଇଁ ସୁଟିଂ ଆରମ୍ଭ କରିବେ। ତେବେ ତାଙ୍କ ବାପା ତଥା ନିର୍ଦ୍ଦେଶକ ରାକେଶ ରୋଶନ କ୍ୟାନ୍ସର ରୋଗରେ ଚିକିତ୍ସିତ ହେଉଥିବାରୁ ଏହା ହୋଇପାରି ନଥିଲା  ।  ଏହି କାରଣରୁ ଉଭୟ ପ୍ରୋଜେକ୍ଟରେ ଆଗକୁ ବଢି ପାରିନଥିଲେ। ଏବେ ରାକେଶ ରୋଶନ ଭଲ ଅଛନ୍ତି ଏବଂ ହ୍ରିତିକଙ୍କ ଏହି ସୂଚନାରୁ ଏହା ସ୍ପଷ୍ଟ ହୋଇଛି ଯେ, ସେ ଶୀଘ୍ର ଏହି କାମକୁ ଫେରିବେ।

ପ୍ରଥମ ଥର ପାଇଁ ହ୍ରିତିକ ଫିଲ୍ମ ‘କ୍ରିଷ୍’ରେ ସୁପରହିରୋ ଅବତାରରେ ନଜର ଆସିଥିଲେ। ଏହି ଫିଲ୍ମଟି ୨୩ ଜୁନ୍ ୨୦୦୬ ରେ ରିଲିଜ୍ ହୋଇଥିଲା।