
ନୂଆଦିଲ୍ଲୀ,୨୪/୦୬/୨୧ (ଜିଲ୍ଲା ଖବର) : ଟେଲିଭିଜନ ଦୁନିଆଁର ଜଣାଶୁଣା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀଙ୍କ ଆଜି ଜନ୍ମଦିନ । ଲକ୍ଷ୍ନୌରେ ଜନ୍ମିତ ସୁମୋନା ,ଟିଭି ଦୁନିଆଁରେ ସେ ବେଶ ସକ୍ରିୟ । ଟେଲିଭିଜନ ବ୍ୟତୀତ କିଛି ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି ।
ସୁମୋନା ପିଲାବେଳୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୧୧ ବର୍ଷ ବୟସରେ ସେ ଅମିର ଖାନ୍ ଏବଂ ମନିଷା କୋଇରାଲା ଙ୍କ ପ୍ରସିଦ୍ଧ ଫିଲ୍ମ ‘ମନ୍’ ମାଧ୍ୟମରେ ବଲିଉଡରେ ପାଦ ଥାପିଥିଲେ । ୧୯୯୯ରେ ଏହି ଫିଲ୍ମ ବଡ ପରଦାରେ ରିଲିଜ୍ ହୋଇଥିଲା । ଏହାପରେ ସେ ତାଙ୍କ ପଢାପଢି ପାଇଁ ଫିଲ୍ମରୁ ଦୂରେଇ ରହିଥିଲେ । ଅନେକ ସମୟ ପରେ ସେ ପୁଣି ଫେରିଥିଲେ ।
ଏକତା କପୁରଙ୍କ ପ୍ରସିଦ୍ଧ ଶୋ’ ‘କସମ ସେ ’ ମାଧ୍ୟମରେ ସେ ଟେଲିଭିଜନ ଦୁନିଆଁରେ ପାଦ ଥାପିଥିଲେ । ଏହାପରେ ସେ ଅନେକ ଧାରାବାହିକରେ କାମ କରିଛନ୍ତି । ତାଙ୍କ ଅଭିନୟକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।




