Wednesday, November 11, 2026
Home ଆଞ୍ଚଳିକ ସୁରଟ କୋର୍ଟରେ ହାଜର ହେବାକୁ ପହଞ୍ଚିଲେ ରାହୁଲ, ‘ମୋଦି ସାଜ୍ଞା’ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ

ସୁରଟ କୋର୍ଟରେ ହାଜର ହେବାକୁ ପହଞ୍ଚିଲେ ରାହୁଲ, ‘ମୋଦି ସାଜ୍ଞା’ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ

19

 ନୂଆଦିଲ୍ଲୀ, ୨୪/୦୬/୨୧ (ଜିଲ୍ଲା ଖବର) : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଗୁଜୁରାଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର ହେବା ପାଇଁ ସୁରଟ କୋର୍ଟରେ ପହଞ୍ଚିଛନ୍ତି। ଏହା ୨୦୧୯ ଲୋକସଭା ନିର୍ବାଚନ ସହ ଜଡିତ ଏକ ପ୍ରସଙ୍ଗ ଯେଉଁଥିରେ କଂଗ୍ରେସ ନେତା ରାହୁଲ ‘ମୋଦି ସାଜ୍ଞା’ ଉପରେ ମନ୍ତବ୍ୟ ଦେଇଥିଲେ। ଏହା ପରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଏର କରାଯାଇଥିଲା।

ଏହି ମାମଲା ସୁରଟର ସ୍ଥାନୀୟ ବିଧାୟକ ପୂର୍ଣ୍ଣେଶ ମୋଦିଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିଲା।   ସୁରଟ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏନ୍ ଡେଭେ ଏକ ସପ୍ତାହ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଜୁନ୍ 24 ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏପ୍ରିଲ 2019 ରେ ଭାରତୀୟ ଦଣ୍ଡବିଧି ସଂହିତା ର 499 ଏବଂ 500 ଅଧୀନରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ପୁର୍ଣ୍ଣେଶ ମୋଦୀ ଅଭିଯୋଗ କରିଥିଲେ। 2019 ରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିବାବେଳେ ରାହୁଲ ଗାନ୍ଧୀ ତାଙ୍କୁ ବଦନାମ କରିଥିଲେ। ରାହୁଲ କହିଥିଲେ, ‘ସମସ୍ତ ଚୋରଙ୍କ ନାମରେ ମୋଦୀ କାହିଁକି ଲାଗିଥାଏ ?’