
ରାୟଗଡା, ୨୪/୦୬/୨୧ (ଜିଲ୍ଲା ଖବର) : ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ସାରି ହାତୀ ବେଶରେ ଦର୍ଶନ ଦେବେ ଶ୍ରୀ ଜୀଉ । ହେଲେ ଚଳିତ ବର୍ଷ ମଧ୍ୟ ଭକ୍ତ ଓ ଭଗବାନଙ୍କ ମିଳନରେ ପାଚେରୀ ହୋଇ ଠିଆ ହୋଇଛି କରୋନା କଟକଣା । ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ମନ୍ଦିରର ଏକ କିଲୋମିଟର ପରିଧି ମଧ୍ୟରେ ଲଗା ଯାଇଛି ୧୪୪ ଧାରା ।
ଏହା ସକାଳ ୬ ଟା ରୁ ରାତି ୧୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଉପଜିଲ୍ଲାପାଳ ନିର୍ଦେଶନାମା ଜାରି କରିଛନ୍ତି । କେବଳ ସୀମିତ ସେବାୟତଙ୍କୁ ନେଇ ମନ୍ଦିର ବେଢାରେ ନୀତିକାନ୍ତି ଅନୁଷ୍ଠିତ ହେବ । ଏଥିରେ ସାଧାରଣ ଲୋକଙ୍କ ଦର୍ଶନ, ପ୍ରବେଶ କିମ୍ବା ଚଳପ୍ରଚଳକୁ ନିଷେଧ କରାଯାଇଛି । ଅପରାହ୍ନରେ ଶ୍ରୀ ଜୀଉଙ୍କ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।


