
୨୪/୦୬/୨୧ (ଜିଲ୍ଲା ଖବର) : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ର ଭାଇ ଇକବାଲ କସରକୁ ଗିରଫ କଲା ଏନସିବି । ଜମ୍ମୁ ଓ କାଶ୍ମୀରରେ ଏକ ଡ୍ରଗ୍ସ ମାମଲାରେ ଇକବାଲ କସରକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁଯାୟୀ, ଜମ୍ମୁ-କାଶ୍ମୀରରୁ 25 କେଜି ଚରସ ପଞ୍ଜାବ ଆଣାଯାଇଥିଲା । ଏହାପରେ ଏହାକୁ ମୁମ୍ବାଇରେ କିଛି ଲୋକଙ୍କୁ ଦିଆଯାଇଥିଲା ।
୨୦୦୩ରେ କାସକରଙ୍କୁ ୟୁଏଇରୁ ବିତାଡିତ କରାଯାଇଥିଲା ଏବଂ ଚୋରା ଚାଲାଣ ମାମଲାର ତଦନ୍ତରେ ସେପ୍ଟେମ୍ବର, ୨୦୧୭ରେ ଥାନେ ପୋଲିସ ତାକୁ ଗିରଫ କରିଥିଲା ।



