
କୋଲକତା,୨୪/୦୬/୨୧ (ଜିଲ୍ଲା ଖବର) : ବିବାଦରେ ନୁସରତ୍ଙ୍କ ବିବାହ। ସିନ୍ଦୁର ଲଗାଇ ଭାରତୀୟ ସଂସ୍କତିର ଅବମାନନା କରିଛନ୍ତି ନୁସରତ୍ ଜାହାନ୍ ଏପରି କହିଛନ୍ତି ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସଭାପତି ଦିଲୀପ ଘୋଷ। ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସଭାପତି ଦିଲୀପ ଘୋଷ ପୁଣି ଥରେ ତୃଣମୁଣ କଂଗ୍ରେସ ସାଂସଦ ତଥା ପ୍ରସିଦ୍ଧ ଅଭିନେତ୍ରୀ ନୁସରତ ଜାହାନଙ୍କୁ ଟାର୍ଗେଟ କରିଛନ୍ତି।
ଘୋଷଙ୍କ ମନ୍ତବ୍ୟ ନିଖିଲ ଜୈନଙ୍କ ସହ ନୁସରତ ଜାହାନଙ୍କ ବିବାହକୁ ନେଇ ରହିଛି। ଦିଲୀପ ଘୋଷ କହିଛନ୍ତି ଯେ ନୁସରତ ଜାହାନ ଭାରତୀୟ ସଂସ୍କୃତି କୁ ଲଜ୍ଜା ଦେଉଛନ୍ତି। ସେ କହିଛନ୍ତି ଯେ ବିବାହ ପରେ ନୁସରତଙ୍କ ଏକ ବଡ ଭୋଜି ଦେଇଥିଲେ ଏଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସେ କହୁଛନ୍ତି ଯେ ସେ ଆଦୌ ବିବାହିତ ନୁହଁନ୍ତି।
ଘୋଷ କହିଛନ୍ତି ଯେ ଏହା ଟିଏମସିର ଚିନ୍ତାଧାରା ହୋଇପାରେ କିନ୍ତୁ ଭାରତ କିମ୍ବା ବଙ୍ଗଳାର ଏହା ଆଦର୍ଶ ନୁହେଁ। ଦଳରୁ ନୁସରତଙ୍କୁ ତୁରନ୍ତ ନିଲମ୍ବନ କରାଯିବା ଉଚିତ କିମ୍ବା ସେ ଏହି ପଦରୁ ଇସ୍ତଫା ଦେବା ଉଚିତ୍। ବଙ୍ଗଳା ବିଜେପି ସଭାପତି କହିଛନ୍ତି ଯେ ସେ ହେଉଛନ୍ତି ଜଣେ ଠକ । ଜଣେ ମହିଳା ଯାହାଙ୍କୁ ତୃଣମୁଣ କଂଗ୍ରେସରୁ ଟିକେଟ ମିଳିଥିଲା। ଏହାପରେ ଶପଥ ନେଇଥିଲେ ଏବଂ ବର୍ତ୍ତମାନ ସେହି ମହିଳା କହୁଛନ୍ତି ଯେ ସେ ଆଦୌ ବିବାହିତ ନୁହଁନ୍ତି। ତଥାପି ସେ ସିନ୍ଦୁର ଲଗାଇ ଥିଲେ, ରଥ ଟାଣିଥିଲେ। ଭାରତୀୟ ନାରୀର ଅଭିନୟ କରି ନିର୍ବାଚନରେ ମଧ୍ୟ ଜିତିଥିଲେ ବୋଲି ଦିଲିପ୍ ଘୋଷ କହିଛନ୍ତି। ।
ଏଠି କହିରଖୁଛୁ ଯେ, 2019 ମସିହାରେ ନୁସରତ ଏବଂ ନିଖିଲ ଜେନ କୋଲକାତାର ଇସ୍କନ ଦ୍ୱାରା ଆୟୋଜିତ ରଥ ଯାତ୍ରା କାର୍ଯ୍ୟକ୍ରମରେ ଏକାଠି ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ବ୍ୟବସାୟୀ ନିଖିଲ ଜୈନଙ୍କ ସହ ତାଙ୍କର ବିବାହ ବୈଧ ନୁହେଁ ବରଂ ଲିଭ-ଇନ୍ ରିଲେସନଶିପ୍ ବୋଲି ନୁସରତ ଜାହାନ ଏକ ବିବୃତ୍ତି ଜାରି କରିଛନ୍ତି। ଏଥି ସହିତ ନିଖିଲ ଜୈନ ଅଭିଯୋଗ କରିଛନ୍ତି ଯେ ସେ ବିବାହ ପଞ୍ଜିକରଣ ବିଷୟରେ ଅନେକ ଥର କହିଛନ୍ତି। ନୁସରତ ଏହାକୁ ପ୍ରତିଥର ଅସ୍ୱୀକାର କରିଥିଲେ। ଜୈନ ଦାବି କରିଛନ୍ତି ଯେ ତାଙ୍କ ପ୍ରତି ନୁସରତଙ୍କ ଆଚରଣ 2020 ଅଗଷ୍ଟ ରୁ ପରିବର୍ତ୍ତନ ହୋଇଯାଇଥିଲା । ଜୈନ କହିଛନ୍ତି ଯେ ନଭେମ୍ବର ମାସରେ ନୁସରତ ଘରୁ ବାହାରି ଆସିଥିଲେ ଏବଂ ସେବେଠାରୁ ଦୁହେଁ ଅଲଗା ରହୁଥିଲେ।
ସୂଚନାମୁତାବକ, ନସରତ ଜାହାନ 2019 ରେ ତୁର୍କୀରେ ନିଖିଲ ଜୈନଙ୍କୁ ବିବାହ କରିଥିଲେ, ଯେଉଁଥିରେ କିଛି ହାତଗଣତି ଲୋକ ଉପସ୍ଥିତ ଥିଲେ। ସେହି ବର୍ଷ ଟିଏମସି ଟିକେଟରେ ଲୋକସଭା ନିର୍ବାଚନରେ ଜିତିଥିବା ଜାହାନ ପରେ କୋଲକାତାର ଏକ ପଞ୍ଚ ତାରକା ହୋଟେଲରେ ଏକ ବଡ ବିବାହ ଉତ୍ସବ ଆୟୋଜନ କରିଥିଲେ ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।COVID-19 STATS


