Thursday, November 12, 2026
Home ଆଞ୍ଚଳିକ ଖୁବଶୀଘ୍ର ଭାରତ ଫେରିବ ପଳାତକ ନିରବ ମୋଦି !

ଖୁବଶୀଘ୍ର ଭାରତ ଫେରିବ ପଳାତକ ନିରବ ମୋଦି !

13

୨୪/୦୬/୨୧ (ଜିଲ୍ଲା ଖବର) :  ଭାରତ ଆସିବ ପଳାତକ ନିରବ ମୋଦି । କାରଣ ବ୍ରିଟେନ ହାଇକୋର୍ଟ ନିରବ ମୋଦିଙ୍କ ଭାରତ ପ୍ରତ୍ୟାର୍ପଣ ବିରୋଧରେ ଦାଖଲ ଆବେଦନକୁ ଖାରଜ କରିଛି । ଠକେଇ ଅଭିଯୋଗରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଗତ ମାସରେ ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲେ । ବିଚାରପତିଙ୍କ କହିବାନୁଯାୟୀ ମନି ଲଣ୍ଡ୍ରିଂ ମାମଲାରେ ପ୍ରତ୍ୟାର୍ପଣ ସପକ୍ଷରେ ଓ୍ଵେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ଫେବୃଆରୀରେ ଦେଇଥିବା ନିଷ୍ପତ୍ତି ବିରୋଧରେ ନିରବଙ୍କ ଅପିଲ୍ କରିବାର କୌଣସି ଆଧାର ନାହିଁ । ନିରବ ମୋଦି ଅଦାଲତରେ ନିଜର ପ୍ରତ୍ୟର୍ପଣ ବିରୋଧରେ ଅପିଲ୍ କରି ପାରିବେ ନାହିଁ ।

ସୂଚନାଯୋଗ୍ୟ, ପଳାତକ ହୀରା ବ୍ୟବସାୟୀ ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ 14 ହଜାର କୋଟି ଟଙ୍କା ଠକି ଲଣ୍ଡନ ଫେରାର ହୋଇଯାଇଥିଲା ।