Wednesday, November 11, 2026
Home ଆଞ୍ଚଳିକ ଆତଙ୍କବାଦୀ ହାଫିଜ ସୟିଦ ବାସଭବନ ନିକଟରେ ବିସ୍ଫୋରଣ: 3 ମୃତ, 20ରୁ ଉର୍ଦ୍ଧ୍ୱ ଆହତ

ଆତଙ୍କବାଦୀ ହାଫିଜ ସୟିଦ ବାସଭବନ ନିକଟରେ ବିସ୍ଫୋରଣ: 3 ମୃତ, 20ରୁ ଉର୍ଦ୍ଧ୍ୱ ଆହତ

11

୨୪/୦୬/୨୧ (ଜିଲ୍ଲା ଖବର) : ପାକିସ୍ତାନ  ଲାହୋରରେ ବଡ଼ ଧରଣର ବିସ୍ଫୋରଣ । ୨୦ରୁ ଅଧିକ ଆହତ ହୋଇଥିବା ବେଳେ 3 ଜଣଙ୍କର ମୃତ୍ୟୁ ହୋଇଛି । ଲସ୍କର-ଇ-ତୋଇବାର ସହ ପ୍ରତିଷ୍ଠାତା ଆତଙ୍କବାଦୀ ହାଫିଜ ସୟିଦ ବାସଭବନ ନିକଟରେ ଏହି ବିସ୍ଫୋରଣ ଘଟିଛି । ତେବେ ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ ।

ଲାହୋରର ଜୋହର ସହରରେ ବିସ୍ଫୋରଣ ହେବାର କିଛି ସମୟ ପରେ ପୁଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବିସ୍ଫୋରଣରେ ସ୍ଥାନୀୟ ଘର ଗୁଡିକର ଘରକା କାଚ ଭାଙ୍ଗିଯାଇଥିବାବେଳେ କିଛି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି ।