Wednesday, November 11, 2026
Home ଆଞ୍ଚଳିକ 10 ବର୍ଷ ପୋଲିସ ବିଭାଗରେ ସେବା ପରେ ଜୀବନ ଯୁଦ୍ଧରେ ହାରିଗଲା ସ୍ନିଫର୍ ଡଗ୍ ରାଜାରାଜନ

10 ବର୍ଷ ପୋଲିସ ବିଭାଗରେ ସେବା ପରେ ଜୀବନ ଯୁଦ୍ଧରେ ହାରିଗଲା ସ୍ନିଫର୍ ଡଗ୍ ରାଜାରାଜନ

11

  ୨୪/୦୬/୨୧ (ଜିଲ୍ଲା ଖବର) :  କୁକୁରର ଅନ୍ତିମ ସଂସ୍କାରରେ 21 ତୋପ ସଲାମୀ । ଆଜ୍ଞ ହଁ ଇଏ ଏମିତି ସେମିତି କୁକୁର ନୁହେଁ । ତାମିଲନାଡୁ ପୋଲିସ ବିଭାଗରେ କାର୍ଯ୍ୟକରୁଥିବା ସ୍ନିଫର୍ ଡଗ୍ । ଯିଏ ଅନେକ ବଡ ବଡ ଅପରାଧୀଙ୍କୁ ଧରାଇବାରେ  ଥାନାଜାଭୁର ପୋଲିସକୁ ସହଯୋଗ କରିଛି । 10 ବର୍ଷ ଧରି ପୋଲିସ ବିଭାଗରେ କାର୍ଯ୍ୟ କରିଛି ଏହି ସ୍ନିଫର ଡଗ୍ ରାଜାରାଜନ୍ ।

ସୂଚନାନୁଯାୟୀ, ମଙ୍ଗଳବାର ରାତ୍ରୀରେ ରାଜାରଜାନ୍ ର ମୃତ୍ୟୁ ହୋଇଥିଲା । ପରେ ସମସ୍ତ ରୀତି ନୀତି ସହ କୁକୁରର ଅନ୍ତିମ ସଂସ୍କାର କରାଯାଇଛି । ଏହାସହ ରାଜାରାଜନକୁ ସମ୍ମାନ ପୂର୍ବକ 21ଟି ତୋପ ସଲାମୀ ଦିଆଯାଇଛି ।

ତେବେ ଏନେଇ ଡଗ ସ୍କ୍ୱାର୍ଡର ଇନଚାର୍ଜ ଥିବା କେ କୁମାରଙ୍କ କହିବାନୁଯାୟୀ କିଛି ଦିନ ତଳେ ରାଜାରାଜନ ଅସୁସ୍ଥ ହୋଇପଡିଥିଲା । ଏହାପରେ ତାକୁ ଭେଟେରନାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସାଧାରଣତଃ ସ୍ନିଫର୍ ଡଗ୍ ଗୁଡିକ 8 ବର୍ଷ ପୋଲିସ ବିଭାଗରେ ସେବା କରୁଥିବାବେଳେ ରାଜାରଜନ କିନ୍ତୁ 10 ବର୍ଷ କାଳ ସେବା ଯୋଗାଇଥିଲା ।