Monday, November 16, 2026
Home ଆଞ୍ଚଳିକ ପୁଣି ୫୦ ହଜାର ଟପିଲା ସଂକ୍ରମଣ

ପୁଣି ୫୦ ହଜାର ଟପିଲା ସଂକ୍ରମଣ

6

ନୂଆଦିଲ୍ଲୀ,୨୪/୦୬/୨୧ (ଜିଲ୍ଲା ଖବର) : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।  ତେବ ଆଶ୍ୱସ୍ଥ କର  ବିଷୟ ଏହିକି ଯେ ଦୈନିକ ସଂକ୍ରମିତ ରୋଗ ଏବଂ ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟାରେ ତୀବ୍ର ହ୍ରାସ ଘଟିଛି। ତଥାପି, କରୋନାର ତୃତୀୟ ଲହର ସମ୍ଭାବନା ଏବେ ବି ଚିନ୍ତାର ବିଷୟ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 54,069 ନୂତନ କରୋନା ଭୁତାଣୁ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହେତୁ 1321 ଲୋକ ପ୍ରାଣ ହରାଇଛନ୍ତି।

ଏହି ସମୟ ମଧ୍ୟରେ କରୋନାରେ ୧,୩୨୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୬୮ ହଜାର ୮୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୬ ଲକ୍ଷ ୨୭ ହଜାର ୫୭ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୩୦ କୋଟି ୧୬ ଲକ୍ଷ ୨୬ ହଜାର ୨୮ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି।  ଦେଶରେ ଡେଲଟା ପ୍ଲସ୍ ଭାରିଆଣ୍ଟର 40 ରୁ ଅଧିକ ମାମଲା ରିପୋର୍ଟ ହୋଇଛି।