Monday, November 16, 2026
Home ଆଞ୍ଚଳିକ ୧୦୮ କଳସ ଜଳରେ ସ୍ନାନ ପରେ ଠାକୁର ପଡ଼ିବେ ଜ୍ଵରରେ

୧୦୮ କଳସ ଜଳରେ ସ୍ନାନ ପରେ ଠାକୁର ପଡ଼ିବେ ଜ୍ଵରରେ

5

୨୪/୦୬/୨୧ (ଜିଲ୍ଲା ଖବର) : ଆଜି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ଦେବସ୍ନାନ ପୂର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିମା ବା ସ୍ନାନ ଯାତ୍ରା ମଧ୍ୟ କୁହାଯାଇଥାଏ। ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସ ଜଳରେ ସ୍ନାନ କରାଯାଇଥାଏ। ବର୍ଷରେ ଏହିଦିନ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରିଥାଆନ୍ତି। ଏହାପରେ ଠାକୁରଙ୍କୁ ଜ୍ୱର ହୋଇଥାଏ।

ଅଣସର: ଠାକୁର ପଡ଼ିବେ ଜ୍ଵରରେ –
ଏହାପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି। ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଏବଂ ପଟିମୂର୍ତି ସ୍ଥାପନା କରାଯାଏ। ଏହାପରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର‌୍ୟ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି। ଏହାକୁ ଅଣସର କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରନ୍ତି ।