
ମୁମ୍ବାଇ, ୨୪/୦୬/୨୧ (ଜିଲ୍ଲା ଖବର) : କରୋନା କାଳରେ ଅନେକ ସେଲିବ୍ରେଟି ଲୋକଙ୍କ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି । କିଏ ହସ୍ପିଟାଲକୁ ଅକ୍ସିଜେନ ସିଲିଣ୍ଡର ତ ପୁଣି କିଏ, ବେଡ,ଔଷଧ ଇତ୍ୟାଦିର ବ୍ୟବସ୍ଥା କରାଉଥିବା ଖବର ସାମ୍ନାକୁ ଆସିଛି । ଠିକ୍ ସେହିପରି ନିକଟରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ମୁମ୍ବାଇର ଏକ ହସ୍ପିଟାଲକୁ ଦୁଇଟି ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଚିକିସ୍ବା ଉପକରଣ ଦାନ କରିଛନ୍ତି । ବିଏମସି ପକ୍ଷରୁ ଏନେଇ ସୂଚନା ମିଳିଛି । ବିଏମସି ଅନୁଯାୟୀ, Sion Hospitalକୁ ଭେଣ୍ଟିଲେଟର ସହିତ ମନିଟର,ସି-ଆର୍ମ ଇମେଜ ଇଣ୍ଟେସିଫାୟର , ଇନଫ୍ୟୁଜର ଓ ଅନ୍ୟ ଉପକରଣ ଦେଇଛନ୍ତି ବିଗ ବି । ଯାହାର ପାଖାପାଖି ମୂଲ୍ୟ ହେବ ୧.୭୫ କୋଟି ଟଙ୍କା ।
ଏହା ସାହାଯ୍ୟରେ ପାଖାପାଖି ୩୦ ରୋଗୀ ଚିକିସ୍ବିତ ହୋଇଛନ୍ତି । ଅକ୍ସିଜେନ ସ୍ତର କମ୍ ଥିବା ଓ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ରୋଗୀଙ୍କ ପାଇଁ ଏହା ବ୍ୟବହାର କରାଯାଉଛି ।



