Wednesday, November 11, 2026
Home ଆଞ୍ଚଳିକ ଆଜି ଦିଲ୍ଲୀରେ ବସୁଛି ସର୍ବଦଳୀୟ ବୈଠକ

ଆଜି ଦିଲ୍ଲୀରେ ବସୁଛି ସର୍ବଦଳୀୟ ବୈଠକ

7

ନୂଆଦିଲ୍ଲୀ,୨୪/୦୬/୨୧ (ଜିଲ୍ଲା ଖବର) :  ଆଜି ଦିଲ୍ଲୀରେ ବସୁଛି ସର୍ବଦଳୀୟ ବୈଠକ। ଜାମ୍ମୁ କାଶ୍ମୀର ସ୍ଥିତି ନେଇ ଆଜି ଦିଲ୍ଲୀରେ ବସୁଛି ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସୁଥିବା ବେଳେ ଜମ୍ମୁ-କାଶ୍ମୀରର ଅଧିକାଂଶ ପ୍ରମୁଖ ଦଳରେ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜାମ୍ମୁ-କାଶ୍ମୀରର ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୦ ଜଣ ନେତା ଏଥିରେ ସାମିଲ ହେବେ । ପିଡିପି ନେତ୍ରୀ ମେହବୁବା ମୁଫତି, ନ୍ୟାସନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା, କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଓ ଅନ୍ୟ କିିଛି ଜମ୍ମୁକାଶ୍ମୀର ନେତା ଏହି ବୈଠକରେ ଯୋଗଦେବେ ।

ଏହା ଛଡା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଆଜିତ ଡୋଭାଲ ବି ବୈଠକରେ ଉପସ୍ଥିତ ରହିବେ । ଏହି ବୈଠକରେ କିଛି ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଲୋଚନା ହେଉଛି । ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ୩୭୦ ଧାରା ହଟାଇ ଦେଇଥିଲେ ।

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଆଜି ଅପରାହ୍ନ ୩ଟାରେ ନୂଆଦିଲ୍ଲୀରେ ଆୟୋଜନ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବଦଳୀୟ ବୈଠକରେ ଯୋଗଦେବେ । ଜମ୍ମୁ କଶ୍ମୀରରୁ ୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ହେବା ଓ ଦୀର୍ଘ ୪୩୪ ଦିନ ଯାଏଁ ଗୃହ ବନ୍ଦୀ ଭାବେ ରହିବା ପରେ ମେହବୁବା ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବାସରେ ହେବାକୁ ଥିବା ବୈଠକରେ ଯୋଗଦେଉଛନ୍ତି ।