
ନୂଆଦିଲ୍ଲୀ, ୨୪/୦୬/୨୧ (ଜିଲ୍ଲା ଖବର) : ଦେଶର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର 44 ତମ ବାର୍ଷିକ ସାଧାରଣ ସଭା (ଏଜିଏମ୍) ଆଜି ଅର୍ଥାତ୍ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ ପ୍ରଥମ ଥର ପାଇ ରିଲାଏନ୍ସ ଜିଓ ତାର 5G ସେବା ଲଞ୍ଚ କରିବାର ସମ୍ଭାବନା ରହିଛି। ଏଥିସହିତ ଏହି ବୈଠକରେ ବିଶ୍ୱର ବୃହତ୍ତମ ତୈଳ କମ୍ପାନୀ ସାଉଦି ଆରାମକୋ ସହିତ ଏକ ଚୁକ୍ତି ମଧ୍ୟ ଘୋଷଣା କରାଯାଇପାରେ।
ତେବେ ଗତ ବର୍ଷ ବାର୍ଷିକ ସାଧାରଣ ସଭାରେ ତିନି ଲକ୍ଷ ଲୋକ ଯୋଗ ଦେଇଥିଲେ ବ୍ରୋକରେଜ୍ HSBC ଗ୍ଲୋବାଲ୍ ରିସର୍ଚ୍ଚର ଏକ ରିପୋର୍ଟରେ କୁହାଯାଇଛି, “ରିଲାଏନ୍ସର ବାର୍ଷିକ ସାଧାରଣ ସଭା ଐତିହାସିକ ଭାବରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି ।


