Sunday, November 15, 2026
Home ଆଞ୍ଚଳିକ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଚିହ୍ନଟ ହେଲେ ରାଜ୍ୟରେ ୩୬୫୦ କରୋନା ପଜିଟିଭ୍

କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଚିହ୍ନଟ ହେଲେ ରାଜ୍ୟରେ ୩୬୫୦ କରୋନା ପଜିଟିଭ୍

13

ଭୁବନେଶ୍ୱର,୨୪/୦୬/୨୧ (ଜିଲ୍ଲା ଖବର) : ହାରୁଛି କରୋନା। ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ହାର୍‌  ।  ଦୈନିକ ଚିହ୍ନଟ ହେଉଥିବା  ଆକ୍ରାନ୍ତଙ୍କ ସଂଖ୍ୟା  କମୁଛି।  ଗତ ୨୪ ଘଣ୍ଟା ମଧ୍ୟରେ ୩୬୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୦୫୯୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୯୮ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୫୫୨ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।