
୨୪/୦୬/୨୧ (ଜିଲ୍ଲା ଖବର) : ରାଜ୍ୟରେ ପ୍ରବଳ ବର୍ଷା ହୋଇଛି।ଯଦିଓ ରାଜ୍ୟରେ ଆଜି ବର୍ଷା ପ୍ରକୋପ କମିଛି, ତଥାପି ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିୟମିତ ବର୍ଷା ହେବ । ଗୁରୁବାର ରାଜ୍ୟର ୧୦ଟି ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।
ଦକ୍ଷିଣ ବାଂଲାଦେଶ ତଥା ତା’ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ବିଶେଷ କରି ଉପକୂଳ ଅଞ୍ଚଳରେ ଲଗାଣ ବର୍ଷା କରାଇବା ପରେ ଏହି ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି ।
ପାଣିପାଗ ବିଭାଗ କହିଛି, ଆଜି ଉତ୍ତର-ପଶ୍ଚିମ ବିହାରରୁ ଦକ୍ଷିଣ ଛତିଶଗଡ଼ ପର୍ୟ୍ୟନ୍ତ ଝାଡ଼ଖଣ୍ଡ ମଧ୍ୟ ଦେଇ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟରରୁ ୫.୮ କିମି ମଧ୍ୟରେ ଗୋଟିଏ ନିମ୍ନ ଚାପରେଖା ଲମ୍ବିଛି । ଏହାବାଦ୍ ସମୁଦ୍ର ପତ୍ତନରେ ଥିବା ନିମ୍ନ ଚାପରେଖାଉତ୍ତର-ପଞ୍ଜାବରୁ ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟ ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ୟ୍ୟନ୍ତ ଲମ୍ବିଛି । ଏହା ପ୍ରଭାବରେ ଗୁରୁବାର ରାଜ୍ୟର ଅନେକ ଜାଗାରେ ବର୍ଷା ହେବ । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।


